ଉଠିଲା ଓଡ଼ିଶାର ହକ ପ୍ରସଙ୍ଗ: ଶୂନ୍ୟକାଳରେ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ଗୃହରେ ଶୂନ୍ୟକାଳରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଶୂନ୍ୟ କାଳରେ ବିଜେଡି ବିଧାୟକ ଅରୁଣ ସାହୁ ଓଡ଼ିଶାର ହକ ପ୍ରସଙ୍ଗ ଉଠାଇଛନ୍ତି।  ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ରାଜ୍ୟ ପାଇଁ କଣ ସବୁ ଦାବି କରିଛନ୍ତି ଗୃହରେ ଉତ୍ତର ରଖନ୍ତୁ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଓଡ଼ିଶା ଯୋଗୁଁ କେନ୍ଦ୍ରରରେ ସରକାର ହୋଇଛି । ନୀତି ଆୟୋଗ ବୈଠକରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପ୍ରସଙ୍ଗ ମୁଖ୍ୟମନ୍ତ୍ରୀ ଉଠାଇଛନ୍ତି କି ? ବୈଠକରେ ଓଡ଼ିଶା ପାଇଁ କଣ କଣ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ତାହାକୁ ଗୃହରେ ଜଣାଇବାକୁ ପ୍ରଶ୍ନ କରିଛନ୍ତି ଅରୁଣ ସାହୁ ।

Leave a Reply

Your email address will not be published. Required fields are marked *