ଗଣିଆ ଥାନାରେ ଦଶହରା ପୂଜା କମିଟି ମାନକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଗଣିଆ -(ମନୋରଞ୍ଜନ ମଳିକ)-, ନୟାଗଡ ଜିଲ୍ଲା ଗଣିଆ ଥାନା ପରିସରରେ ଶନିବାର ଦିନ ଦିବା ୫ ଘଟିକା ସମୟରେ ଦଶହରା ପୂଜା କମିଟି ମାନକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ବୋଲି ଜଣାପଡିଛି,ଖବର ନେବାରେ ଜଣାଗଲା ଯେ ଗଣିଆ ଥାନା ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ଦଣ୍ଡସେନ, ଏସଆଇ ମନୋରଞ୍ଜନ ପ୍ରଧାନ, ମିହିରି ରଞ୍ଜନ ମିଶ୍ର ସମେତ ଗଣିଆ ବଜାର କମିଟି ଉପସଭାପତି କୁଳମଣି ସାହୁ, ସମ୍ପାଦକ ପ୍ରଭାତ କୁମାର ଦାଶ, ବିଜୟ ନଗର ପୂଜା କମିଟି ର ପ୍ରସନ୍ନ କୁମାର ପୃଷ୍ଟି , ଚନ୍ଦ୍ରମଣି ମଳିକ, ସମେତ ଅନ୍ୟ ପୂଜା କମିଟି ର ସଦସ୍ୟ ମାନେ ଉପସ୍ଥିତ ଥିଲେ, ବିଭିନ୍ନ ପୂଜା ମଣ୍ଡପ ଗୁଡ଼ିକରେ ଶାନ୍ତି ଶୃଙ୍ଖଳା ଭାବରେ ପୂଜା କରିବା ସହିତ ଜୋର ଜବସ୍ତ ଚାନ୍ଦା ଆଦାୟ ନ କରିବା, ଡିଜେ କୁ ସମ୍ପୂର୍ଣ ନିଷେଧ କରିବା, ଶାନ୍ତି ଶୃଙ୍ଖଳା ଭାବରେ ପୂଜା କରିବା ପାଇଁ ଆଲୋଚନା କରା ଯିବା ସହିତ ନିଜ ନିଜ ପୂଜା ମଣ୍ଡପ ଗୁଡ଼ିକରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଆଲୋଚନା କରାଗଲା I

Leave a Reply

Your email address will not be published. Required fields are marked *