ଗଣିଆ ବ୍ଲକରେ ଗଡ଼ିଲା ସୁଭଦ୍ରା ଯୋଜନା ରଥ

ଗଣିଆ -(ମନୋରଞ୍ଜନ ମଳିକ )ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ରବିବାର ଦିନ ସୁଭଦ୍ରା ଯୋଜନା ପାଇ ସଚେତନ ରଥ ଉଦଘାଟନ ହୋଇଯାଇଛି, ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉନୟନ ଅତିରିକ୍ତ ଅଧିକାରୀ ରତନ ଲାଲ ଲୋହରା ଉଦଘାଟନ କରିବା ସହିତ ମହିଳା ମାନଙ୍କୁ ସ୍ୱାବଲମ୍ବୀ ଓ ଆର୍ଥକ ସ୍ୱଛତା କରିବାରେ ସୁଭଦ୍ରା ଯୋଜନା ସହାୟକ ହୋଇ ପାରିବ, ହିତାଧିକାରୀ ମାନେ କିପରି ଆବେଦନ କରିପାରିବେ ସେ ଆଲୋଚନା କରିଥିଲେ, ବିଶେଷ କରି ଜନସେବା ଓ ମୋ ସେବା କେଦ୍ର ମାଗଣା ରେ ଆବେଦନ କରିପାରିବ, କନସେବା ଓ ମୋସେବା କେନ୍ଦ୍ର ରେ ଗହଳି ନକରିବା ପାଇଁ ପରାମର୍ଶ ଦେଇ ଥିଲେ, ଏହି ରଥ ଗଣିଆ ବ୍ଲକ ର ଆଠ ଗୋଟି ପଂଚାୟତ କୁ ଯାଇ ହିତାଧିକାରୀ ମାନଙ୍କୁ ସଚେତନ କରାଯିବ ବୋଲି ମୁଖ୍ୟଅତିଥି ମତ ପ୍ରକାଶ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ମିଶନ ଶକ୍ତି ବିଭାଗ ର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ,

Leave a Reply

Your email address will not be published. Required fields are marked *