ଗଣିଆ ବ୍ଲକରେ ଜ଼ିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ

 

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ସଭା ଗୃହ ରେ ଜ଼ିଲ୍ଲାପାଳ ଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି, ଏହି ଶିବିର ରେ ନୟାଗଡ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ, ଅତିରିକ୍ତ ଜ଼ିଲ୍ଲାପାଳ ରୋଜିନା ଦାଶ, ଉପଜ଼ିଲ୍ଲାପାଳ କର୍ଣ୍ଣାଦେବ ସମାଦାର, ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ, ତହସିଲଦାର ପ୍ରୀତିବାଳା ରଣା, ବିଡ଼ିଓ ଡା ବେବିତା ମଞ୍ଜରୀ ନାୟକ, ଅତିରିକ୍ତ ବିଡ଼ିଓ ରତନ ଲାଲ ଲୋହରା, ଜ଼ିଲ୍ଲାପରିଷଦ ସଭ୍ୟ ନରେଶ କୁମାର ବେହେରା, ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକ ଙ୍କ ସମେତ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ, ଖବର ନେବାରେ ଜଣାଗଲାଯେ ଗଣିଆ ବ୍ଲକ ରେ 34ଟି ବ୍ୟତିଗତ ଏବଂ ସାମୁହିକ 8ଟି ଅଭିଯୋଗ ପଞ୍ଜିକୃତ ହୋଇ ଥିଲା, ଗଣିଆ ବ୍ଲକ ର ବିଭିନ୍ନ ପଂଚାୟତ ରେ ଲାଗିଥିବା ଷ୍ଟିଟି ଲାଇଟି ଅଚଳ ହୋଇ ଥିବାରୁ ନୂତନ ଷ୍ଟିଟି ଲାଇନି ଲଗାଇବା କୁ ସରପଞ୍ଚ ସଂଘ ପକ୍ଷରୁ ଅଭିଯୋଗ କରିଥିଲେ,ଗଣିଆ ବଜ଼ାର ଉପରେ ଡ୍ରେନ ସମସ୍ୟା ସମ୍ପର୍କ ରେ ଅବଗତ କରିଥିଲେ, ଶିକ୍ଷା, ପାନୀୟ ଜଳ ଉପରେ ଅଭିଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *