ଢାକା: ବାଂଲାଦେଶରେ ଯେମିତି ଅନିଶ୍ଚିତତାର ଅବଧି ଶେଷ ହେବାର ନାଁ ନେଉନାହିଁ। ମଧ୍ୟବର୍ତ୍ତୀକାଳୀନ ସରକାର ଗଠନର ୯ଦିନ ମଧ୍ୟରେ ବ୍ରିଗେଡିୟର୍ ଜେନେରାଲ (ଅବସରପ୍ରାପ୍ତ) ଏମ ସଖାୱତ ହୁସେନଙ୍କୁ ଗୃହମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି। ବର୍ତ୍ତମାନ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ସରକାରରେ ଟେକ୍ସଟାଇଲ ଏବଂ ଜୁଟ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି। ଗୃହ ମନ୍ତ୍ରଣାଳୟର ଦାୟିତ୍ୱ ବର୍ତ୍ତମାନ ବ୍ରିଗେଡିୟର୍ ଜେନେରାଲ (ଅବସରପ୍ରାପ୍ତ) ଜାହାଙ୍ଗୀର ଆଲାମ ଚୌଧୁରୀଙ୍କୁ ଶୁକ୍ରବାର ସରକାରରେ ଅନ୍ତର୍ଭୁକ୍ତ କରାଯାଇଛି। ଚୌଧୁରୀଙ୍କୁ କୃଷି ମନ୍ତ୍ରଣାଳୟର ଦାୟିତ୍ୱ ମଧ୍ୟ ମିଳିବ। ଶୁକ୍ରବାର ଚୌଧୁରୀଙ୍କ ସମେତ ୪ଜଣ ନୂତନ ପରାମର୍ଶଦାତା ମଧ୍ୟବର୍ତ୍ତୀକାଳୀନ ସରକାରରେ ଅନ୍ତର୍ଭୁକ୍ତ ହୋଇଥିଲେ।କୁହାଯାଏ ଯେ ଶେଖ ହାସିନାଙ୍କୁ ବହିଷ୍କାର କରିଥିବା ଛାତ୍ର ନେତାମାନେ ହୁସେନଙ୍କ ନ୍ୟାୟପୂର୍ଣ୍ଣ ଏବଂ ଅନ୍ତର୍ଭୂକ୍ତ କାର୍ଯ୍ୟ ଶୈଳୀକୁ ପସନ୍ଦ କରୁନଥିଲେ। ଏହି କାରଣରୁ ସଖାୱତ ହୁସେନଙ୍କୁ ଗୃହ ମନ୍ତ୍ରଣାଳୟ ମିଳିବାରର ୮ଦିନ ମଧ୍ୟରେ ଏହି ପଦରୁ ଇସ୍ତଫା ଦେବାକୁ ପଡିଥିଲା।
ଗୃହମନ୍ତ୍ରୀ ପଦରୁ ହଟିଲେ ସଖାଓ୍ବତ ହୁସେନ














Leave a Reply