ଧୂଆପାଜୁ ଗ୍ରାମବାସୀ ମାନେ ପାଣି ପାଇବାରୁ ବଞ୍ଚିତ

ଗଣିଆ -ମନୋରଞ୍ଜନ ମଳିକ ) : ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ଧୂଆପାଜୁ ଗ୍ରାମବାସୀ ମାନେ ପାଣି ପାଇବାରୁ ବଞ୍ଚିତ ହୋଇ ନିରୀହ ଆଦିବାସୀ ଓ ଦଳିତ ଲୋକ ମାନେ ଅସୁବିଧା ହେଉଛିନ୍ତି ବୋଲି ଆପଣ ଫଟୋ ଦେଖିଲେ ଜାଣିପାରିବେ, ଖବର ନେବାରେ ଜଣାଗଲାଯେ ଧୂଆପାଜୁ ଗ୍ରାମବାସୀ ମାନେ ଆଜକୁ 4ମାସ ହେଲା ସୋଲାର ଟି ଖରାପ ହେବାଯୋଗୁ କୂଅ ରୁ ପାଣି ଆଣୁଥିଲେ, ହେଲେ ବଡଦୁଃଖର ବିଷୟ ଆଜକୁ 7ଦିନ ହେଲା କୂଅରେ ସାପ ଓ ଅନ୍ୟ ସରୀସୃପ ମାରି କୂଅରେ ପଡ଼ିଥିବା ଯୋଗୁ ଲୋକ ମାନେ ପାଣି ନ ପାଇଁ 1କିଲୋମିଟର ସାକିନି ରୁ ପାଣିଆଣି ଚଳୁଛନ୍ତି,ସୋଲାର ଖରାପ ହେବା ଯୋଗୁ ଗ୍ରାମବାସୀ ମାନେ ବିଡ଼ିଓ ମହୋଦୟା କୁ ଦରଖାସ୍ତ ଦ୍ଵାରା ଯାଇଥିଲେ, ବିଡ଼ିଓ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କୁ ନିର୍ଦେଶ ଦେଲେ ଖୁବୁଶୀଘ୍ର ଧୂଆପାଜୁ ଗ୍ରାମକୁ ଯାଇ ଲୋକ ମାନଙ୍କ ସମସ୍ୟା ବୁଝିବ, ହେଲେ ବିଡ଼ିଓ ମହୋଦୟା ଙ୍କ ନିର୍ଦେଶ କୁ ଖାତିରି ନ କରି ବିଭାଗୀୟ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି, ହେଲେ ନିରୀହ ଗ୍ରାମବାସୀ ମାନେ ଦୁଃଖ ରେ ରହୁଛନ୍ତି, ଖୁବୁ ଶୀଘ୍ର ଧୂଆପାଜୁ ଲୋକ ମାନଙ୍କୁ ପାଣି ଯୋଗାଇ ଦେବାକୁ ଜ଼ିଲ୍ଲା ପ୍ରଶାସନ କୁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି l

Leave a Reply

Your email address will not be published. Required fields are marked *