ବଜାରରେ ବିଏସ୍‌ଏଚ୍‌ର ନୂତନ ଉତ୍ପାଦ

ନୂଆଦିଲ୍ଲୀ: ହୋମ୍‌ ଆପ୍ଲାଏନ୍ସ ଶିଳ୍ପରେ ଏକ ଗ୍ଲୋବାଲ ଲିଡର ବିଏସ୍‌ଏଚ୍‌ ହସ୍‌ଜରେଟ ଜିଏମ୍‌ବିଏଚ୍‌ର ଏକ ସହାୟକ କମ୍ପାନୀ ବିଏସ୍‌ଏଚ୍‌ ହୋମ ଆପ୍ଲାଏନ୍ସେସ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ମେଡ୍‌-ଇନ୍‌-ଇଣ୍ଡିଆ’ ବଶ୍‌ ଏବଂ ସାଇମେନ୍ସ ଫ୍ରଣ୍ଟ-ଲୋଡିଂ ୱାଶିଂ ମେଶିନ ରେଞ୍ଜର ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ୯-୧୦ କେଜି ଲୋଡ୍‌କୁ ନିୟନ୍ତ୍ରଣ କରିବାର ଏକ କ୍ଷମତା, ଅତ୍ୟାଧୁନିକ ଶକ୍ତି ଦକ୍ଷତା ଓ ଟେକ୍ନୋଲୋଜି ସହ ଏହି ୱାଶିଂମେଶିନଗୁଡିକୁ ସମସ୍ତ ସଫେଇ ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିଜାଇନ କରାଯାଇଛି। ସେହିଭଳି ସିଲ୍‌ଭର, ଡାର୍କ ଗ୍ରେ ଓ ଡାର୍କ ଲେକ୍‌ ଭଳି ଚମତ୍କାର ରଙ୍ଗରେ ଉପଲବ୍ଧ ଏହି ମେଶିନଗୁଡିକ କେବଳ ଉନ୍ନତ କାର୍ଯ୍ୟଦକ୍ଷତା ପ୍ରଦାନ କରୁନାହାନ୍ତି ବରଂ ଆପଣଙ୍କର ଲଣ୍ଡ୍ରି ସ୍ପେଶ୍‌ରେ ବିଳାସପୂର୍ଣ୍ଣତାର ଏକ ସ୍ପର୍ଶ ଯୋଗ କରୁଛନ୍ତି। ଏହି ନୂଆ ରେଞ୍ଜର ବଶ୍‌ ଏବଂ ସାଇମେନ୍ସ ମେଶିନଗୁଡିକ ଏକ ଅତୁଳନୀୟ ସଫେଇ ଅନୁଭୂତି ପ୍ରଦାନ କରୁଛନ୍ତି, ଉତ୍କୃଷ୍ଟମାନର ପୋଷାକ ଯତ୍ନ ଓ ସୁବିଧାର ପ୍ରତିଶ୍ରୁତି ଦେଉଛନ୍ତି।

Leave a Reply

Your email address will not be published. Required fields are marked *