ଭୁବନେଶ୍ୱର : ୱିନର ଆସୋସିଏସନ୍ ପକ୍ଷରୁ ୨୦୦୭ ମସିହାରୁ ବିଘ୍ନରାଜ ପୂଜା ଶାନ୍ତି ଶୃଙ୍ଖଳାର ସହିତ ହୋଇ ଆସୁଅଛି । ଅନୁଷ୍ଠାନ ଗତ ୯ ବର୍ଷ କାଳଧରି ଓଡ଼ିଶାରେ ବଡ ଗଣେଷ କରୁଥିବା ଅନୁଷ୍ଠାନ ଭାବେ ପରିଚିତ, ବାହ୍ୟ ଆଡମ୍ବରରେ ନ ମାତି ପ୍ରଭୁ ଗଣେଷଙ୍କ ପୂକାର୍ଜନା ରୀତିନୀତି କିପରି ଠିକ୍ ହୋଇପାରିବ ସର୍ବଦା ଚେଷ୍ଟା କରାଯାଇ ଥାଏ, ଚଳିତ ବର୍ଷ ପ୍ରଭୁ ଗଜାନନଙ୍କର ଶୁଣ୍ଢରେ ରୂପା ତାରକସି ଅଳଙ୍କାର ତିଆରି କରାଯାଇଅଛି । ମୂର୍ତ୍ତୀର ଉଚ୍ଚତା ୪୬ ଫିଟ ରହିଛି, ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ଏତତ୍ ବ୍ୟତିତ ଧୁଡ଼ୁକି ବାଦ୍ୟ ଯନ୍ତ୍ର ର ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଅଛି ଏବଂ 13.9.24 ରେ ମାତା କି ଜାଗରଣ ଭଜନ ସଂନ୍ଧ୍ୟାରେ ରାଏପୁରର କଳାକାର ଅଭୟ କୁମାର ଏବଂ ଗାୟିକା ସ୍ବର୍ଣ୍ଣ ମହନ୍ତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ ଶ୍ରୀ ଗଣେଷ ସପରିବାର ରୂପେ ପୂଜା ପାଇବେ । ତାଙ୍କ ପାଖରେ ୩୧ କିଲୋ ଲଢ଼ୁ ମଧ୍ଯ ରଖିବାର ବ୍ୟବସ୍ଥା କରାଯାଇଛି।ପ୍ରଥମ ଥର ପାଇଁ ଉଇନର ଆସୋସିଏସନ ପକ୍ଷରୁ ପ୍ରଭୁ ଗଣେଶ ଙ୍କ ଭଜନ “ଶୈଳ ସୁତା ସୁତ ଗଜାନନ ” ରେକର୍ଡ କରାଯାଇଛି,ଏହାସହ ଉନ୍ନତ ମାନର ରଙ୍ଗ ବେରଙ୍ଗର ଆଲୋକ ସଜ୍ଜା ଓ ମିନା ବଜାର ଏବଂ ଦିର୍ଘ ୯ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ ତା. ୦୭/୦୯/୨୦୨୪ ଦିନ ଠାରୁ ୧୬/୦୯/୨୦୨୪ ଦିନ ପର୍ଯ୍ୟନ୍ତ ପ୍ରସାଦ ସେବନରର ବ୍ୟବସ୍ଥା ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଭମାନାଥ ମିଶ୍ର, ଉପଦେଷ୍ଟା ଜଗନ୍ନାଥ ପ୍ରଧାନ, ଅମରେଶ ଜେନା, ରୁଦ୍ରନାରାୟଣ ସାମନ୍ତରାୟ, ନରେନ୍ ସାହୁ, ଆଦିତ୍ୟ ନାରାୟଣ ରଥ, ନାରାୟଣ ମହାପାତ୍ର, ସୁଧୀର ଶତପଥୀ, ଉପ ସଭାପତି ମଳୟ ରଞ୍ଜନ ମହାପାତ୍ର ସାଧାରଣ ସମ୍ପାଦକ ସୁନିଲ କୁମାର ତାଡ, ଯୁଗ୍ମ ସମ୍ପାଦକ ମନୋରଞ୍ଜନ ପଲେଇ, ପ୍ରକାଶ ନାୟକ, ଦେବାଶିଷ ମହାରଣା, ପ୍ରଭାତ ରାଓ, ସୂରଜ ପ୍ରଧାନ, ସୁନିଲ କୁମାର ସାହୁ, ଆର୍ଦଶ ପଟ୍ଟନାୟକ, କୋଶାଦକ୍ଷ ରମାକାନ୍ତ ସେନାପତି, ସାଂସ୍କୃତିକ ସମ୍ପାଦକ ନିରୋଜ କୁମାର ସାହୁଙ୍କ ସହିତ ଅନୁଷ୍ଠାନର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।
ବଡ ଗଣେଷ କରୁଥିବା ଅନୁଷ୍ଠାନ ଭାବେ ପରିଚିତ ୱିନର ଆସୋସିଏସନ୍












Leave a Reply