ବନ୍ଧନ ବ୍ୟାଙ୍କର ପ୍ରତିଷ୍ଠା ଦିବସରେ ‘ବନ୍ଧନ ବ୍ୟାଙ୍କ ଡିଲାଇଟ୍‌’ର ଶୁଭାରମ୍ଭ

ନୂଆଦିଲ୍ଲୀ: ବନ୍ଧନ ବ୍ୟାଙ୍କର ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କ ପକ୍ଷରୁ ଦୁଇଟି ନୂତନ ସେବାର ଶୁଭାରମ୍ଭ କରାଯାଇଛି। ଏପରିକି ମହିଳାମାନଙ୍କ ପାଇଁ ଏକ ସ୍ବତନ୍ତ୍ର ସଞ୍ଚୟ ଖାତା ‘ଅବ୍‌ନି’ର ଶୁଭାରମ୍ଭ କରାଯାଇଥିବା ବେଳେ ବ୍ୟାଙ୍କର ଏଣ୍ଟରପ୍ରାଇଜ୍‌ ଲୟାଲ୍‌ଟି କାର୍ଯ୍ୟକ୍ରମ ‘ବନ୍ଧନ ବ୍ୟାଙ୍କ ଡିଲାଇଟ୍‌’ର ମଧ୍ୟ ଶୁଭାରମ୍ଭ କରାଯାଇଛି।  ଏପରିକି ଗତ ୯ ବର୍ଷ ମଧ୍ୟରେ ଏକ ସାର୍ବଜନୀନ ବ୍ୟାଙ୍କ ଭାବେ ଆମେ ବିଭିନ୍ନ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଆମର ଉପତ୍ାଦ ବର୍ଗମାଳାକୁ ସୁଦୃଢ଼ କରିଛୁ। ସେହିଭଳି ବନ୍ଧନ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ୍ୟ ବ୍ୟବସାୟ ଅଧିକାରୀ ରାଜିନ୍ଦର ବବର୍‌ କହିଛନ୍ତି, ଆମର ବୃହତ୍ତର ରଣନୀତି ଯାହା ଦୀର୍ଘକାଳୀନ ବିଶ୍ୱସନୀୟତା ଏବଂ ସ୍ଥାୟୀ ଅଭିବୃଦ୍ଧିକୁ ବଢ଼ାଇବ। ଏ ସମ୍ପର୍କରେ ବନ୍ଧନ ବ୍ୟାଙ୍କର ଏମ୍‌ଡି ତଥା ସିଇଓ (ଅନ୍ତରୀଣ) ରତନ କେଶ କହିଛନ୍ତି, ଆମେ ଆମର ପ୍ରତିଷ୍ଠା ଦିବସ ପାଳନ ସହିତ ନୂତନ ସେବାର ଶୁଭାରମ୍ଭ କରି ବେଶ୍‌ ଉତ୍ସାହିତ ଅଛୁ।

Leave a Reply

Your email address will not be published. Required fields are marked *