ରାଜ୍ୟରେ ୩୦ ହଜାର ୫୪୦ ପ୍ରାଥମିକ ଶିକ୍ଷକ ପଦବୀ ଖାଲି ପଡ଼ିଛି 

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ୩୦ ହଜାର ୫୪୦ ପ୍ରାଥମିକ ଶିକ୍ଷକ ପଦବୀ ଖାଲି ପଡିଥିବା ବିଧାନସଭାରେ ସୂଚନା ଦେଇଛନ୍ତି ସରକାର। ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ତଥ୍ୟ ରଖିଛନ୍ତି।ରାଜ୍ୟରେ ପ୍ରାୟ ୧ ଲକ୍ଷ ୩୫ ହଜାର ୬୫୬ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦ ରହିଥିଲା ବେଳେ ଏକ ବଡ ସଂଖ୍ୟାରେ ପଦବୀ ଖାଲି ରହିଥିବା ଜଣାପଡିଛି। ଗଞ୍ଜାମ ଜିଲାରେ ସର୍ବାଧିକ ୪ ହଜାର ୨୮୩ ଶିକ୍ଷକ ପଦବୀ ଖାଲି ରହିଥିବା ବେଳେ ୧୬ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ନେଇ ପ୍ରକ୍ରିୟା ଚାଲୁ ରହିଥିବା ମନ୍ତ୍ରୀ କହିଛନ୍ତି। କିଛିଦିନ ତଳେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଉତ୍ତରରେ ଦେଇଥିବା ତଥ୍ୟ ଅନୁଯାୟୀ ସ୍କୁଲ୍ ଏବଂ ଗଣଶିକ୍ଷା ବିଭାଗରେ ସର୍ବାଧିକ ୬୩,୪୦୫ ପଦବୀ ଖାଲି ରହିଥିବା ବେଳେ ଏହା ପଛକୁ ସ୍ୱାସ୍ଥ୍ୟ ବିଭାଗରେ ୩୯,୧୨୭ ପଦବୀ ଖାଲି ରହିଛି।

Leave a Reply

Your email address will not be published. Required fields are marked *