ଲଘୁ ଶସ୍ୟ ଖାଦ୍ୟ ମହୋତ୍ସବ ଉଦଘାଟନ କଲେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ

ଗଣିଆ: (ମନୋରଞ୍ଜନ ମଳିକ )-: ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଵେଲପଡାପାଟଣାରେ ଥିବା ସ୍ୱଛାସେବୀ ଅନୁଷ୍ଠାନ ଗଣିଆ ଉନୟନ କମିଟି ରେ ଦୁଇ ଦିନିଆ ଲଘୁ ଶସ୍ୟ ଖାଦ୍ୟ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛିଯାଇଛି I ଏହି କାର୍ଯ୍ୟକ୍ରମରେ ଗଣିଆ ଉନୟନ କମିଟିର ସଭାପତି ଉଷା ପଟ୍ଟନାୟକ ଅଧକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ I ସନମାନିତ ଅତିଥି ଭାବେ ଜ଼ିଲ୍ଲା କୃଷି ଅଧିକାରୀ ସଞ୍ଜୟ କୁମାର ଦଳେଇ, ନାବାଡ ଅଧିକରୀ ଜ୍ୟୋତି ତାପସୀ, ବିଡ଼ିଓ ଡା ବେବିତା ମଞ୍ଜରୀ ନାୟକ ପ୍ରମୁଖ ମଞ୍ଚାସିନ ଥିଲେ, ମୁଖ୍ୟ ଅତିଥି ମାଣ୍ଡିଆ କିପରି ଅଧିକରୁ ଅଧିକ ଅମଳ ହୋଇ ପାରିବ ସଚେତନ କରିଥିଲେ, ମାଣ୍ଡିଆ ରୁ ପ୍ରସ୍ତୁତ ଖାଦ୍ୟ ତିଆରି କରି ବଜ଼ାର ରେ ବିକ୍ରି ହେବ ତା ଉପରେ ଗୁରୁତ୍ୱ ଦେଇ ଥିଲେ, ଗଣିଆ ହାଟ ର ଉର୍ନତି କରିବା ପାଇଁ ଅଧିକାରୀ ମାନଙ୍କୁ ଜଣାଇଥିଲେ I

Leave a Reply

Your email address will not be published. Required fields are marked *