ଲୋକଙ୍କ ସୁଖଦୁଃଖରେ ଠିଆ ହେବୁ: ସୋଫିଆ

କଟକ: କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ  ବିଧାନସଭା ଅଧିବେଶନ ସରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ସାଧାରଣ ଲୋକଙ୍କ ଅଭିଯୋଗ ଆସିଲେ, ଲୋକେ ହଇରାଣ ହେଲେ ମୁଁ ସବୁ ଅଫିସରେ ପଶିବି। ଲୋକମାନେ ଆମମାନଙ୍କୁ ନିର୍ବାଚିତ କରିଛନ୍ତି ତାଙ୍କ କଥା ବୁଝିବା ପାଇଁ। ଆମେ ଜାଣିଛୁ କେଉଁ ଅଫିସରେ କେମିତି କାହାକୁ ବ୍ୟବହାର କରିବା କଥା। ତେଣୁ ଆମେ ଆମର କର୍ତ୍ତବ୍ୟ କରିବୁ। ଲୋକଙ୍କ ସୁଖଦୁଃଖରେ ଠିଆ ହେବୁ।ଘରେ ବସିବା ପାଇଁ ନୁହେଁ। ଆମର ସବୁ ଅଫିସ ଭିତରକୁ ଯିବା ପାଇଁ ଅଧିକାର ଅଛି। ସେଇଟା ଆମର କର୍ତ୍ତବ୍ୟ। ଅବକାରୀ ଅଫିସକୁ କଲ୍‌ ଆସିଲା ରାତି ଅଧିଆ ପ୍ୟାକିଂ ଚାଲିଛି। ଆମେ ସେଠାରେ ପହଞ୍ଚିଲୁ ଏବଂ ଚଢ଼ାଉ କଲୁ। ଆମେ ଆମ ପ୍ରୋଟେକଲ୍‌ ହିସାବରେ କାମ କରିଛୁ ଆଉ ଆଗକୁ ମଧ୍ୟ ଏମିତି କରିବୁ।  ଯେମିତି ଲୋକେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଜଣେ ନିର୍ବାଚିତ ପ୍ରତିନିଧି ହିସାବରେ ଏହା ଆମର କର୍ତ୍ତବ୍ୟ ବୋଲି ସୋଫିଆ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି।

Leave a Reply

Your email address will not be published. Required fields are marked *