ଶ୍ରୀମନ୍ଦିରର ନିଯୁକ୍ତ ହେବେ ସେନା ଅଧିକାରୀ

ପୁରୀ: ଶ୍ରୀ ମନ୍ଦିରରେ ଥିବା ଆନନ୍ଦ ବଜାରରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡାକଡି କରିବାକୁ ପୂର୍ବତନ ସେନା କର୍ମଚାରୀମାନେ ମୁତୟନ ହେବେ ବୋଲି ମନ୍ଦିର ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି। ଆନନ୍ଦ ବଜାରରେ ଶୃଙ୍ଖଳା ବଜାୟ ରଖିବା ଏବଂ କାର୍ଯ୍ୟକଳାପର ତଦାରଖ କରିବା ପାଇଁ ୨୦ ଜଣ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଏକ ଟିମ୍ ନିଯୁକ୍ତ କରାଯିବ। ଏଥିପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ ଏକ ଘରୋଇ ଆଉଟସୋର୍ସିଂ କମ୍ପାନୀ ମାଧ୍ୟମରେପ୍ରାୟ ୬୦ ଜଣ ଅବସରପ୍ରାପ୍ତ ସୈନିକଙ୍କ ସାକ୍ଷାତକାର ଗ୍ରହଣ କରାଯାଉଛି। ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ୨୦ଟି ପଦବୀ ପୂରଣ ହେବ ବୋଲି ଆଶା କରାଯାଉଛି।ପରେ ସେପ୍ଟେମ୍ବର ୧ ରୁ ଆନନ୍ଦ ବଜାରରେ ନୂତନ ନିଯୁକ୍ତ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯିବ। ସେମାନଙ୍କର ଡ୍ରେସ୍ କୋଡ୍ ରହିବ ଏବଂ ଆନନ୍ଦ ବଜାରରେ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *