ଷ୍ଟକ୍ ମାର୍କେଟ ମୁହାଁ ଭାରତୀୟ: ଭଶୁଡ଼ିଯିବ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା

ନୂଆଦିଲ୍ଲୀ: ଭାରତୀୟ ବ୍ୟାଙ୍କ ଗୁଡ଼ିକ ପାଇଁ ଜମା ଏକ ଗୁରୁତ୍ବପୂର୍ଣ୍ଣ ଦିଗ। ଜମା ସ୍ରୋତରୁ ବ୍ୟାଙ୍କମାନଙ୍କୁ ବଡ଼ ଆକାରରେ ପାଣ୍ଠି ମିଳିଥାଏ। ଜମା ହ୍ରାସ ପାଇବା ପରେ ଭାରତୀୟ ବ୍ୟାଙ୍କ ଗୁଡିକର ଋଣ ପ୍ରଦାନ କ୍ଷମତା ମଧ୍ୟ ହ୍ରାସ ପାଇଛି। ଯାହା ଜୁଲାଇ ୧୨ ରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଜଣା ପଡିଛି। ଦେଶରେ ଏପରି ସ୍ଥିତି ଉପୁଜିବାର କାରଣ ହେଉଛି ଋଣ ଏବଂ ଜମା କିମ୍ବା କ୍ରେଡିଟ୍-ଟୁ-ଡିପୋଜିଟ୍ (ସିଡି) ମଧ୍ୟରେ ଅନୁପାତକୁ ନିୟନ୍ତ୍ରଣରେ ରଖିବା ପାଇଁ ଉଦ୍ୟମ କରିବା। ତେବେ ବ୍ୟାଙ୍କ ଗୁଡ଼ିକରେ ଜମା ହ୍ରାସ ପାଇବାର କାରଣ ହେଉଛି ସହରାଞ୍ଚଳ ସଞ୍ଚୟକାରୀମାନେ ଅଧିକ ଲାଭ ପାଇଁ ମ୍ୟୁଚୁଆଲ୍ ଫଣ୍ଡ ଏବଂ ପୁଞ୍ଜି ବଜାରରେ ନିବେଶ କରୁଥିବାରୁ ଭାରତୀୟ ବ୍ୟାଙ୍କଗୁଡିକ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହା ସ୍ୱଳ୍ପ ମୂଲ୍ୟର ଜମାଗୁଡିକର ବ୍ୟାଙ୍କଗୁଡିକର ପାରମ୍ପାରିକ ସୁବିଧାକୁ କ୍ଷୁର୍ଣ୍ଣ କରୁଛି। ସେପଟେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମୁଦ୍ରା ନୀତି ଘୋଷଣା କରିବାବେଳେ କହିଥିଲେ ଯେ, ବଜାରରେ ଖୁଚୁରା ଟଙ୍କା ବୃଦ୍ଧି ବିକଳ୍ପ ନିବେଶ ମାର୍ଗରେ ଯିବା ନେଇ ଆଲୋକପାତ କରି କହିଛନ୍ତି ଯେ ଏହା ଭାରତର ବ୍ୟାଙ୍କଗୁଡିକ ପାଇଁ ଗଠନମୂଳକ ସମସ୍ୟା ସୃଷ୍ଟି କରିପାରେ।

Leave a Reply

Your email address will not be published. Required fields are marked *