ସୁନୀତିଙ୍କୁ ଧକ୍କା ମାରି ଘଉଡ଼ାଇଲେ ବିଜେପି ମହିଳା ନେତ୍ରୀ

ଭୁବନେଶ୍ୱର: ବିଜେପିରୁ ନିଲମ୍ବିତ ଭୁବନେଶ୍ୱର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ ମଙ୍ଗଳବାର ପାର୍ଟି ଅଫିସ ଆସିଥିବା ବେଳେ ତାଙ୍କୁ ଧକ୍କା ମାରି ଘଉଡ଼ାଇ ଦେଇଛନ୍ତି ମହିଳା ନେତ୍ରୀ। ଗଣମାଧ୍ୟମରେ ଦଳ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ମହିଳା କର୍ମୀମାନେ ତାଙ୍କୁ ବିରୋଧ କରି ଘଉଡ଼ାଇଥିବା ସୂଚନା ମିଳିଛି। ନିକଟରେ ତାଙ୍କୁ ଦଳରୁ ନିଲମ୍ବନ ହେବା ସତ୍ତ୍ୱେ ପାର୍ଟି ଅଫିସକୁ ଆସିଥିବା ବେଳେ ଏପରି ଅଭାବନୀୟ ପରିସ୍ଥିତିର ସାମ୍ନା କରିଛନ୍ତି ସୁନୀତି। ସେପଟେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ”ମୁଁ ସେମିତି କିଛି ଭୁଲ୍‌ କରିନାହିଁ, ମୁଁ ଦଳରେ ଅଛି, ଏହା ମୋ ଘର” ବୋଲି ସୁନୀତି କହିଛନ୍ତି। ଦଳରେ ପକ୍ଷପାତିତା ଓ ପ୍ରୀୟାପ୍ରୀତିପୋଷଣ ଚାଲିଥିବା ସୁନୀତି କହିଥିଲେ। ଏହା ସହିତ ସେ କହିଛନ୍ତି, ନିଲମ୍ବନର ସତ ଜାଣିବାକୁ ରାଜ୍ୟ ପ୍ରଭାରୀଙ୍କ ପାଖକୁ ଚିଠି ଲେଖିଥିଲି । ବନ୍ତ ଥାନାରେ ହୋଇଥିବା ମାମଲା ଯୋଗୁ କାର୍ଯ୍ୟାନୁଷ୍ଠାନ ହୋଇଥିବା ସଂଗଠନ ସମ୍ପାଦକ ଜଣାଇଛନ୍ତି । ତେବେ ବିଜେପିରୁ ନିଲମ୍ବନ ହେବା ପରେ ଏକ ଗଣାମଧ୍ୟମ ସଂସ୍ଥାକୁ ପ୍ରତିକ୍ରିୟା ଦେଇ ସୁନୀତି କହିଥିଲେ ରାଜ୍ୟବିଜେପିରେ କୁଚକ୍ରୀ ଓ ଷଡ଼ଯନ୍ତ୍ରକାରୀ ଅଛନ୍ତି। କେନ୍ଦ୍ରୀୟ ଭାଜପା ଢାଞ୍ଚାରେ ରାଜ୍ୟରେ ଦଳ କାମ କରୁନାହିଁ।

Leave a Reply

Your email address will not be published. Required fields are marked *