ସୁପ୍ରିମକୋର୍ଟରୁ ହେମନ୍ତଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

ରାଞ୍ଚି: ସୁପ୍ରିମକୋର୍ଟରୁ ଝଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ହେମନ୍ତ ସୋରେନଙ୍କ ଜାମିନ ଆଦେଶରେ ହସ୍ତକ୍ଷେପ କରିବାକୁ ମନା କରି ସୁପ୍ରିମକୋର୍ଟ ଇଡିଙ୍କ ଆବେଦନ ଶୁଣିବାକୁ ମନା କରି ଦେଇଛନ୍ତି। ହାଇକୋର୍ଟଙ୍କ ଦ୍ୱାରା ହେମନ୍ତ ସୋରେନଙ୍କୁ ଦିଆଯାଇଥିବା ଜାମିନ ବିରୋଧରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ଆବେଦନକୁ ସର୍ବୋଚ୍ଚ ଅଦାଲତ ପ୍ରତ୍ୟାଖ୍ୟାନ କରିଛନ୍ତି। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଯଥା ଜେଏମଏମ ନେତା ସୋରେନଙ୍କୁ ଜାନୁଆରୀ ୩୧ରେ ଜମି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ କରାଯାଇଥିଲା। ଗିରଫ ପୂର୍ବରୁ ମଧ୍ୟ ହେମନ୍ତ ସୋରେନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ହାଇକୋର୍ଟରୁ ଜାମିନ ପାଇବା ପରେ ସୋରେନ ଜୁଲାଇ ୪ରେ ପୁଣିଥରେ ସିଏମ ଭାବରେ ଶପଥ ଗ୍ରହଣ କରିଥିଲେ। ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଜାମିନ ଆଦେଶ ବିରୋଧରେ ଇଡି ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ସୁପ୍ରିମକୋର୍ଟ କହିଛନ୍ତି, ହାଇକୋର୍ଟଙ୍କ ଆଦେଶ ଏକ ଭଲ ନିଷ୍ପତ୍ତି। ଜଜ ଏକ ଯୁକ୍ତିଯୁକ୍ତ ରାୟ ଦେଇଛନ୍ତି। ଆମେ ଏଥିରେ ହସ୍ତକ୍ଷେପ କରିବାକୁ ଆଗ୍ରହୀ ନୁହଁ। ତେବେ ହାଇକୋର୍ଟଙ୍କ ମନ୍ତବ୍ୟର ଶୁଣାଣି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।

Leave a Reply

Your email address will not be published. Required fields are marked *