ୟୁଟ୍ୟୁବ ପୂର୍ବତନ ସିଇଓଙ୍କ ପରଲୋକ

ନୂଆଦିଲ୍ଲୀ: ୟୁଟ୍ୟୁବ ପୂର୍ବତନ ସିଇଓ ତଥା ଗୁଗୁଲ ଇତିହାସର ଏକ ପ୍ରମୁଖ ବ୍ୟକ୍ତି ସୁଜନ ୱୋଜିକ୍କି ଦୁଇ ବର୍ଷ ଧରି କର୍କଟ ରୋଗ ସହ ଲଢ଼ିବା ପରେ ମୃତ୍ୟୁ ବରଣ କରିଛନ୍ତି। ଆଲଫାବେଟ ଏବଂ ଗୁଗୁଲର ସିଇଓ ସୁନ୍ଦର ପିଚାଇ ଶନିବାର ଏହି ସୂଚନା ଦେଇଛନ୍ତି। ୟୁଟ୍ୟୁବର ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ଲୋକାଭିମୁଖୀ କରିବା ଦିଗରେ ୱୋଜିକ୍କିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। “ଦୁଇ ବର୍ଷ କର୍କଟ ରୋଗରେ ବଞ୍ଚିବା ପରେ ମୋର ପ୍ରିୟ ବନ୍ଧୁ ସୁଜନ ୱୋଜିକ୍କିଙ୍କ ଦେହାନ୍ତରେ ମୁଁ ଦୁଃଖିତ। ସେ ଆମମାନଙ୍କ ପରି ଗୁଗୁଲ ଇତିହାସରେ ଜଣେ ପ୍ରାଥମିକ କର୍ମଚାରୀ ଥିଲେ ଏବଂ ତାଙ୍କ ବିନା ଦୁନିଆକୁ କଳ୍ପନା କରିବା କଷ୍ଟକର ବୋଲି ପିଚାଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ’ରେ ପୋଷ୍ଟ କହିଛନ୍ତି। ସେ ଗୁଗୁଲର ସର୍ବପ୍ରଥମ କର୍ମଚାରୀଙ୍କ ମଧ୍ୟରୁ ଜଣେ ଥିଲେ ଏବଂ AdSense ତିଆରି ପାଇଁ ‘ଗୁଗୁଲ୍ ପ୍ରତିଷ୍ଠାତା ପୁରସ୍କାର’ ପାଇଥିଲେ, ଯାହା ଗୁଗୁଲର ବିଜ୍ଞାପନରେ ବହୁତ ସାହାଯ୍ୟ କରିଥିଲା।

Leave a Reply

Your email address will not be published. Required fields are marked *