୧୭ତମ ଓଡିଶା ବିଧାନସଭାର ସଦସ୍ୟ ଓ ସଦସ୍ୟାଙ୍କ ପାଇଁ “ଜ୍ଞାନସଂସ୍କାର କାର୍ଯ୍ୟକ୍ରମ”

ଭୁବନେଶ୍ବର : ଅଗଷ୍ଟ ୧୭ ଓ ୧୮ ତାରିଖରେ ୨ ଦିନ ଧରି ବିଧାନସଭା ତରଫରୁ ଓଡିଶା ବିଧାନସଭାର ନବ ନିର୍ବାଚିତ ବିଧାୟକ ଓ ବିଧାୟିକାମାନଙ୍କ ନିମନ୍ତେ “ଜ୍ଞାନସଂସ୍କାର କାର୍ଯ୍ୟକ୍ରମ” ଆୟୋଜନ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ପ୍ରତି ବିଧାନସଭା ଗଠନ ପରେ ପରେ ମାନ୍ୟବର ବିଧାୟକ ଓ ବିଧାୟିକାମାନଙ୍କ ପାଇଁ ବିଧାନସଭା ତରଫରୁ ଆୟୋଜନ କରାଯାଉଥିବା “ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ”, ଗଣତନ୍ତ୍ର ପାଇଁ ଶୁଭଙ୍କର।

ଆପଣମାନଙ୍କୁ ମୁଁ ମନେପକାଇ ଦେବାକୁ ଚାହେଁ ଯେ, ୨୪ବର୍ଷ ତଳେ ମୁଁ ଯେତେବେଳେ ବିଧାନସଭାକୁ ନିର୍ବାଚିତ ହୋଇ ପ୍ରଥମ ଥର ପାଇଁ ଆସିଥିଲି, ସେତେବେଳେ ମଧ୍ୟ ମୁଁ ଏପରି ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ସଂସଦୀୟ ପରମ୍ପରାର ବିଧି ବ୍ୟବସ୍ଥା ବିଷୟରେ ଜ୍ଞାନ ଆହରଣ କରିଥିଲି। ପରବର୍ତ୍ତୀ ସମୟରେ ଏହିପରି କାର୍ଯ୍ୟକ୍ରମରେ ମୋତେ ଅତିଥି ଭାବେ ଆସିବାକୁ ପଡିଥିଲା ଏବଂ ମୁଁ ମାନ୍ୟବର ବିଧାୟକ ଓ ବିଧାୟିକାମାନଙ୍କ ପ୍ରଶିକ୍ଷଣରେ ମୋର ଅନୁଭୁତିକୁ ସେମାନଙ୍କ ସହ ବାଣ୍ଟିବାର ସୁଯୋଗ ପାଇଥିଲି। ତେଣୁ ଆଜିର ଶିକ୍ଷଣୀୟ କାର୍ଯ୍ୟକ୍ରମ ମୋତେ ବହୁତ ଆନନ୍ଦିତ କରିଛି।

Leave a Reply

Your email address will not be published. Required fields are marked *