ଦୁଇ ଥରର ଅଲିମ୍ପିକ୍ସ ପଦକ ବିଜୟିନୀ ଭାରତୀୟ ସଟଲର୍ ପିଭି ସିନ୍ଧୁ ଏବଂ ଏଚ୍ଏସ୍ ପ୍ରଣୟ ବିଜୟରୁ ପ୍ୟାରିସ୍ ଅଭିଯାନ ଆରମ୍ଭ କରିଛନ୍ତି। ରବିବାର ମହିଳା ଏକକ ମୁକାବିଲାରେ ବିଶ୍ବର ୧୩ ନମ୍ବର ସିନ୍ଧୁ ସିଧାସଳଖ ୨୧-୯, ୨୧-୬ରେ ୧୧୧ ମାନ୍ୟତାପ୍ରପ୍ତ ମାଳଦ୍ବୀପର ଫତିମାତ ଅବଦୁଲ ରଜାକଙ୍କୁ ପରାସ୍ତ କରିଥିଲେ। ଏହି ମ୍ୟାଚ୍ ମାତ୍ର ୨୯ ମିନିଟ୍ରେ ଶେଷ ହୋଇଥିଲା। ପୁରୁଷ ଏକକ ଗ୍ରୁପ୍ ମ୍ୟାଚ୍ରେ ପ୍ରଣୟ ୨୧-୧୮, ୨୧-୧୨ରେ ଜର୍ମାନୀର ଫାବିଆନ ରୋଥଙ୍କୁ ହରାଇଛନ୍ତି। ଏହି ପୂର୍ବତନ ବିଶ୍ବବିଜୟିନୀ ପରବର୍ତ୍ତୀ ଗ୍ରୁପ୍ ମ୍ୟାଚ୍ରେ ୭୫ ମାନ୍ୟତାପ୍ରାପ୍ତ ଇସ୍ତୋନିଆର କ୍ରିଷ୍ଟିନ କୁବାଙ୍କୁ ଭେଟିବେ। ସିନ୍ଧୁ ୨୦୧୬ ରିଓରେ ରୌପ୍ୟ ଓ ୨୦୨୦ ଟୋକିଓରେ କାଂସ୍ୟ ଜିତିଥିଲେ।
ଅଲିମ୍ପିକ୍ସ ୨୦୨୪: ବିଜୟରୁ ସିନ୍ଧୁ, ପ୍ରଣୟଙ୍କ ଅଭିଯାନ
















Leave a Reply