ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ମେଗା ନିଲାମରେ ରୋହିତ ଶର୍ମାଙ୍କୁ ଦେଖିବାକୁ ମିଳିପାରେ। ଯଦି ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ମୁକ୍ତ କରେ ତେବେ ପଞ୍ଜାବ କିଙ୍ଗସ ତାଙ୍କୁ ଯେକୌଣସି ମୂହୁର୍ତ୍ତରେ କିଣିବାକୁ ଚାହିଁବ। ଶିଖର ଧାୱନଙ୍କ ଅବସର ପରେ ପଞ୍ଜାବ ପାଖରେ ଅଧିନାୟକ ନାହାଁନ୍ତି। ତେଣୁ ସେ ରୋହିତଙ୍କୁ କିଣିବାକୁ ଚାହୁଁଥିବା କୁହାଯାଉଛି। ରୋହିତଙ୍କ ବିଷୟରେ ପଞ୍ଜାବ ଅନେକ ସୂଚନା ଦେଇଛି। ଏହାକୁ ରୋହିତ ଏବଂ ତାଙ୍କ ପ୍ରଶଂସକମାନେ ପସନ୍ଦ କରିନଥିଲେ। ରୋହିତଙ୍କୁ ଅଧିନାୟକ ପଦରୁ ହଟାଇବା ବିଷୟରେ ପୂର୍ବରୁ କୌଣସି ସୂଚନା ଦିଆଯାଇ ନ ଥିଲା। ତେଣୁ ଏହା ସମ୍ଭବ ଯେ ରୋହିତ ଏଥର ଦଳ ଛାଡିପାରନ୍ତି। ଏହି ଟିମ ନିକଟରେ ଏକ୍ସରେ ଏକ ପୋଷ୍ଟ ଶେୟାର କରିଛି। ସେବେଠାରୁ ମାହୋଲ ଅଧିକ ଗରମ ରହିଛି। ମୁମ୍ବାଇ ଆଇପିଏଲ ୨୦୨୪ରେ ରୋହିତଙ୍କୁ ଅଧିନାୟକତ୍ୱରୁ ହଟାଇ ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ଦେଇଥିଲା।
















Leave a Reply