ଆଇଫୋନର ଦାମ୍‌ କମାଇଲା ଆପଲ

ନୂଆଦିଲ୍ଲୀ: ବଜେଟ ୨୦୨୪ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ମାର୍ଟଫୋନରେ ମୌଳିକ କଷ୍ଟମ ଡ୍ୟୁଟି ୨୦ରୁ ୧୫ପ୍ରତିଶତକୁ ହ୍ରାସ କରିବାକୁ ଘୋଷଣା କରିଥିଲେ। ଏହି ଘୋଷଣା ପରେ ସ୍ମାର୍ଟଫୋନର ମୂଲ୍ୟ ଉପରେ ପ୍ରଭାବ ପଡିଛି। ବଜେଟ ୨୦୨୪ପରେ ଆପଲ ଆଇଫୋନର ମୂଲ୍ୟକୁ ୩ରୁ ୪ ପ୍ରତିଶତ ହ୍ରାସ କରିଛି।  ଏହି ସ୍ମାର୍ଟଫୋନର ମୂଲ୍ୟ ୩୦୦ରୁ ଆରମ୍ଭ ହୋଇ ୫୯୦୦ ପର୍ଯ୍ୟନ୍ତ ଟଙ୍କାକୁ ହ୍ରାସ କରାଯାଇଛି।  ଆଇଫୋନ ୧୫, ୧୨୮ ଜିବି ଭାରିଆଣ୍ଟ ୭୯,୯୦୦ଟଙ୍କା ବଦଳରେ ୭୯,୬୦୦ ଟଙ୍କା, ଆଇଫୋନ ୧୫ପ୍ଲସର ମୂଲ୍ୟ  ୮୯,୯୦୦ ଟଙ୍କା ବଦଳରେ ବର୍ତ୍ତମାନ ୮୯,୬୦୦ ଟଙ୍କା ଦେବାକୁ ହେବ। ଆଇଫୋନ ୧୫ ପ୍ରୋ  ୧,୨୯, ୮୦୦ ଟଙ୍କାରେ ଉପଲବ୍ଧ ହେବ। ଆଇଫୋନର ୧୪ ମୂଲ୍ୟ ୬୯,୯୦୦ ଟଙ୍କା ବଦଳରେ ୬୯,୬୦୦ ଟଙ୍କା ପାଇବେ ।

Leave a Reply

Your email address will not be published. Required fields are marked *