ମଣିଷ ଶରୀର ବଢ଼େ ନିରନ୍ତର
ଚାରୋଟି ସୋପାନ ଦେଇ
ଶୈଶବ ଯୁବକ ପୌଢ଼ ବୃଦ୍ଧ କାଳ
ଜୀବନ ଭୋଗ କରଇ।।
ଯୁବକ ଅବସ୍ଥା ଶଶକ୍ତ ହୋଇଲେ
ଜୀବନ ନିର୍ବାହ ଶାନ୍ତି
ଦେଶ ମେରୁଦଣ୍ଡ ଯୁବକ ଅଟଇ
ଦେଶର ବଢ଼େ ପ୍ରଗତି।।
ଶିକ୍ଷା ଜ୍ଞାନ କଳା ଯୁବ ହୃଦେ ବୋଳା
ଆଚରଣ ବିଚରଣ
ମାର୍ଜିତ ସଫଳ ଭବିଷ୍ୟ ଉଜ୍ବଳ
କରେ ଯୁବ ଜାଗରଣ।।
ମୂର୍ଖତା କାରଣ କଷ୍ଟର ଜୀବନ
ହୁଅଇ ବିଫଳ ଗାମୀ
ଆଶା ଓ ନିରାଶା ଧୌର୍ଯ୍ୟ ର ଭରସା
ଲକ୍ଷ୍ୟ ସିଦ୍ଧି ଉର୍ଦ୍ଧ ଗାମୀ। ।
ନୋହି ଭୟଭୀତ ହୁଅନ୍ତୁ ଜାଗ୍ରତ
ନିଜର କର୍ତ୍ତବ୍ୟ କର୍ମେ
ଦୁଃଖ କି ହତାଶ ନ ହୋଇ ନିରାଶ
ମନ ପ୍ରାଣ ଢ଼ାଳି ଶ୍ରମେ।।
ଭାରତ ମାଟିର ଯୁବକ ପ୍ରବର
ହୃଦେ ନବ ଜାଗରଣ
ଦେଶ ହିତେ କାର୍ଯ୍ଯ କରିବାକୁ ଧାର୍ଯ୍ୟ
ଲକ୍ଷ୍ୟରେ ଯୁବକ ପ୍ରାଣ।।
କବି ରାମଚନ୍ଦ୍ର ମହାନ୍ତି
















Leave a Reply