ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଆମେରିକା ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନ ଭାରତରେ ରହୁଥିବା ହାସିନା କହିଛନ୍ତି, ସେଣ୍ଟ ମାର୍ଟିନ ଦ୍ୱୀପକୁ ହସ୍ତାନ୍ତର କରି ନ ଥିବାରୁ ଆମେରିକା ତାଙ୍କୁ କ୍ଷମତାରୁ ହଟାଇ ଦେଇଛି। ସେ କହିଛନ୍ତି, ସେଣ୍ଟ ମାର୍ଟିନ ଦ୍ୱୀପ ପାଇବା ପରେ ବଙ୍ଗୋପସାଗରରେ ଆମେରିକାର ପ୍ରଭାବ ବୃଦ୍ଧି ପାଇବ। ସେ ତାଙ୍କ ବାର୍ତ୍ତାରେ ବାଂଲାଦେଶୀ ନାଗରିକମାନଙ୍କୁ ମୌଳବାଦୀଙ୍କ ଦ୍ୱାରା ଭ୍ରାନ୍ତ ନ ହେବାକୁ ଚେତାବନୀ ଦେଇଛନ୍ତି। ତାଙ୍କ ଘନିଷ୍ଠ ସହାୟକମାନଙ୍କ ମାଧ୍ୟମରେ ପଠାଯାଇଥିବା ଏସ୍ଏମ୍ଏସ୍ରେ ହାସିନା କହିଛନ୍ତି, ‘ମୁଁ ଇସ୍ତଫା ଦେଇଛି ଯାହା ଦ୍ୱାରା ମୋତେ ମୃତଦେହର ଶୋଭାଯାତ୍ରା ଦେଖିବାକୁ ପଡ଼ିବ ନାହିଁ। ସେମାନେ ଛାତ୍ରୀଛାତ୍ରଙ୍କ ମୃତଦେହ ଉପରେ କ୍ଷମତାକୁ ଆସିବାକୁ ଚାହୁଁଥିଲେ, କିନ୍ତୁ ମୁଁ ଏହା ହେବାକୁ ଦେଉ ନ ଥିଲି, ମୁଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି।
ଆମେରିକା ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଲେ ଶେଖ ହାସିନା














Leave a Reply