ଆଳୁ ପରେ ଗ୍ରାହକଙ୍କୁ ଏବେ ପିଆଜ ଝଟକା

ଭୁବନେଶ୍ୱର:ପିଆଜ କିଲୋ ପିଛା ୫୦ ଟଙ୍କା ଛୁଇଁଲାଣି। ଫଳରେ ଗ୍ରାହକଙ୍କ ମୁଣ୍ଡରେ ଚଡକ ପଡ଼ିଛି। ଆଳୁ କିଲୋ ପିଛା ୪୦ ଟଙ୍କା ଥିବା ବେଳେ ତାହା ଦୀର୍ଘ ଦିନ ଆଳୁ ପରେ ପରେ ଗ୍ରାହକଙ୍କୁ ଏବେ ଆଉ ଏକ ଝଟକା। ଆଳୁ ଦର କମୁନଥିବା ବେଳେ ଏବେ ପିଆଜ ରେଟ ହୁ ହୁ ହୋଇ ବଢିବାରେ ଲାଗିଛି। ଅନ୍ୟପଟେ ରାଜ୍ୟରେ ଗଚ୍ଛିତ ଥିବା ଆଳୁ ଆଗାମୀ ୩ ଦିନ ମଧ୍ୟରେ ଶେଷ ହୋଇଯିବ। ଏହା ପରେ ରାଜ୍ୟରେ ପୁଣି ଆଳୁ ସଙ୍କଟ ଦେଖାଦେଇ ପାରେ। ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ସୋମବାର ଏ ନେଇ ସୂଚନା ଦେଇଛନ୍ତି।

 

Leave a Reply

Your email address will not be published. Required fields are marked *