ଆଳୁ ସମସ୍ୟା: ଭାଜପା ଉପରେ ବର୍ଷିଲେ ପ୍ରମିଳା

ଭୁବନେଶ୍ୱର: ରାଜ୍ୟରେ ଆଳୁ ସମସ୍ୟା ଲାଗି ରହିଥିବା ବେଳେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି, ଏବେ ରାଜ୍ୟରେ ଆଳୁ ଆମଦାନୀକୁ ନେଇ ଦୂରାବସ୍ଥା ଜାରି ଥିବାବେଳେ ଯୋଗାଣ ମନ୍ତ୍ରୀଙ୍କ ବିଭିନ୍ନ ସମୟରେ ବିଭିନ୍ନ ମନ୍ତବ୍ୟ ଜନତାଙ୍କୁ ଅତିଷ୍ଠ କରିଛି। ଆଳୁ ସମସ୍ୟାକୁ ସମାଧାନ କରିବାକୁ ଏ ସରକାର ସମର୍ଥ ନୁହଁ ବୋଲି ପ୍ରମିଳା କହିଛନ୍ତି। ଏହା ସହ ସେ କହିଛନ୍ତି ବିଗତ କିଛି ଦିନ ଧରି ରାଜ୍ୟରେ ଆଳୁ ସମସ୍ୟା ଲାଗୁ ରହିଛି । ହେଲେ ମନ୍ତ୍ରୀ ସବୁବେଳେ କହୁଛନ୍ତି ଖୁବ ଶୀଘ୍ର ସମସ୍ୟା ସମାଧାନ ହେବ ବୋଲି । କେତେବେଳେ ଉତ୍ତରପ୍ରଦେଶରୁ ଆଳୁ ଆଣିବା କଥା କହୁଛନ୍ତି ତ କେତେବେଳେ ବିହାରରୁ ଆସିବା କଥା କହୁଛନ୍ତି ହେଲେ କେଉଁଠୁ ବି ଆଣିବାର ବ୍ୟବସ୍ଥା କରୁନାହାଁନ୍ତି । ଭାଜପା ସରକାରଙ୍କର ଲୋକଙ୍କ ସସମ୍ୟା ପ୍ରତି ଖାତିର ନାହିଁ’ । ଏ ସମସ୍ୟାର ସମାଧାନ ୧୫ ଦିନ ଭିତରେ ବି ହେବା ଭଳି ଲାଗୁନାହିଁ ।

Leave a Reply

Your email address will not be published. Required fields are marked *