ଆଶା କର୍ମୀଙ୍କ ୨୬ ଦଫା ଦାବୀ ନେଇ ବିଧାନସଭା ସମ୍ମୁଖରେ ଗଣବିକ୍ଷୋଭ 

ଭୁବନେଶ୍ବର: CITU ନେତୃତ୍ବରେ ଓଡିଶା ଆଶା କର୍ମୀ ଆସୋସିଏସନ୍ ତରଫରୁ ଆଶା କର୍ମୀଙ୍କ ୨୬ ଦଫା ଦାବୀ ନେଇ ବିଧାନସଭା ସମ୍ମୁଖରେ ହଜାର ହଜାର ଆଶା କର୍ମୀଙ୍କ ଗଣବିକ୍ଷୋଭ ସଂଗଠିତ ହେବା ସହ ନବ ନିର୍ବାଚିତ ରାଜ୍ୟ ମୋହନ ସରକାର ଆଶା କର୍ମୀଙ୍କ ଦାବୀ ଗୁଡିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସଭାପତି ସାଥୀ ଲୋଭାକାନ୍ତ ସ୍ବାଇଁ ଙ୍କ ସଭାପତିତ୍ୱରେ ମୋଦି ସରକାରଙ୍କ ଶ୍ରମିକ ବିରୋଧ ନୀତିକୁ ତିବ୍ର ସମାଲୋଚନା କରିବା ସହ ଶ୍ରମିକ ସପକ୍ଷ ବାଦୀ ନିତୀ ଅନୁସରଣ କରିବାକୁ ମୋହନ ସରକାରଙ୍କୁ ଚେତାବନୀ ଦେଇଥିଲେ । ଦୀର୍ଘ ୧୮ ବର୍ଷ ହେଲା ସରକାରଙ୍କ ସ୍ବାସ୍ଥ୍ୟ କ୍ଷେତ୍ର ରେ ଛାମୁଆ ସ୍ବାସ୍ଥ୍ୟ କର୍ମୀ ଭାବେ ଦମକଳ ବାହିନୀ ଭଳି କାର୍ଯ୍ୟ କରି ଆସୁଥ‌ିବା ଅଶା କର୍ମୀଙ୍କୁ ମୋହନ ସରକାର ସ୍ଥାୟୀ କର୍ମଚାରୀର ମାନ୍ୟତା, ପ୍ରୋସ୍ଟାହନ ରାଶି ପରିବର୍ତ୍ତେ ମାସିକ ୨୬୦୦୦ ଟଙ୍କା ଦରମା, ଅବସର ଓ ମୃତ୍ୟୁ କାଳୀନ ସହାୟତା ୧୦ ଲକ୍ଷ ଟଙ୍କା, ମାସିକ ପେନସନ୍‌ ୧୦ ହଜାର ଟଙ୍କା, EPF,ESI ଓ ଗ୍ରାଚୁଇଟି ଲାଗୁ କରିବା,ସ୍ବାସ୍ଥ୍ୟ କ୍ଷେତ୍ରରେ ଅଧିକ ବଜେଟ ବ୍ୟୟ ସହ ବିଭିନ୍ନ ସରକାରୀ ସୁବିଧା ଯୋଗାଇ ଦେବାକୁ ବକ୍ତା ମାନେ ଦାବୀ କରିଥିଲେ।

 

 

Leave a Reply

Your email address will not be published. Required fields are marked *