ଏସିଆ କପ୍ ଫାଇନାଲ: ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ନୂଆଦିଲ୍ଲୀ: ଏସି୍ଆ କପ୍ ୨୦୨୪ ଫାଇନାଲରେ ଟିମ୍ ଇଣ୍ଡିଆ ଏବଂ ଶ୍ରୀଲଙ୍କା ମୁହାଁମୁହିଁ ହୋଇଛନ୍ତି। ମହିଳା ଏସିଆ କପ୍‌ ୨୦୨୪ ଫାଇନାଲ୍‌ ମ୍ୟାଚ୍‌ ଅଜି ଅର୍ଥାତ ରବିବାର ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ।ଶ୍ରୀଲଙ୍କାର ଦାମ୍ବୁଲାର ରଙ୍ଗିରି ଦାମ୍ବୁଲ୍ଲା ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଅଧିନାୟକ ହରମାନପ୍ରୀତ କୌର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶ୍ରୀଲଙ୍କା ଦଳ ଅଧିନାୟକ ଚାମାରି ଆଥାପାଥୁଙ୍କ ନେତୃତ୍ବରେ ବୋଲିଂ ଆରମ୍ଭ କରିଛି। ଭାରତୀୟ ମହିଳା କ୍ରିକେଟ ଦଳ ଏହାର ଅଷ୍ଟମ ଏସିଆ କପ ଟାଇଟଲ ହାସଲ କରିବା ଉପରେ ନଜର ରଖିଛି । ଏଥିସହିତ ସେମିଫାଇନାଲରେ ପାକିସ୍ତାନକୁ ପରାସ୍ତ କରିବା ପରେ ଶ୍ରୀଲଙ୍କା ଦଳ ଫାଇନାଲରେ ପହଞ୍ଚିଛି । ଏହି ଅନ୍ତିମ ମ୍ୟାଚ ଭାରତୀୟ ସମୟ ଅପରାହ୍ନ ୩ ଟାରୁ ଖେଳାଯିବ ।

 

Leave a Reply

Your email address will not be published. Required fields are marked *