ଏସିରେ ଦୀର୍ଘ ସମୟ ବସି ରହି କାମ କରୁଛନ୍ତି କି?

ଅଫିସ୍‌ରେ ଲୋକଙ୍କୁ ନିତିଦିନ ଏସିରେ ଦୀର୍ଘ ସମୟ ବସି ରହି କାମ କରିବାକୁ ପଡ଼ିଥାଏ। ତେବେ ଏସି କିନ୍ତୁ ଶରୀର ପାଇଁ ଭଲ ନୁହେଁ। ଏସିରେ ଘଣ୍ଟାଏ ବସି ରହିବା ଦ୍ବାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସାମ୍ନା କରିବାକୁ ପଡ଼ିଥାଏ। ଆଜିକାଲି ଅଫିସ୍, ଘର, ମଲ୍‌ ଆଦିରେ ଏୟାର୍‌ କଣ୍ଡିସନର ସୁବିଧା ଲୋକଙ୍କୁ ମିଳୁଛି। ଏବେ ଯେମିତି ପ୍ରବଳ ଗରମ ଅନୁଭୂତ ହେଉଛି ଲୋକେ ଏସି ଘରୁ ବାହାରିବାକୁ ଚାହୁଁ ନାହାନ୍ତି। ତା’ସହ  ବିଏମ୍‌ସି ପବ୍ଲିକ୍‌ ହେଲ୍‌ଥରେ ପ୍ରକାଶିତ ଏକ ଆଲେଖ୍ୟରୁ ଜଣାପଡ଼ିଛି ଯେ, ଏୟାର୍ କଣ୍ଡିସନର ଶରୀର ଉପରେ ପ୍ରଭାବ ପକାଇଥାଏ। ଏପରିକି ତ୍ବଚାର ଆର୍ଦ୍ରତା ହ୍ରାସ ପାଏ। ବେଶି ସମୟ ଏସିରେ ବସି ରହିଲେ ମୁଣ୍ଡବିନ୍ଧା, ଅସ୍ଥିରେ ଯନ୍ତ୍ରଣା ଆରମ୍ଭ ହୋଇଥାଏ। ଏହାବାଦ୍ ଥଣ୍ଡା ଘରୁ ପଦାକୁ ବାହାରିଲେ ଥଣ୍ଡା-ଜ୍ବର ବି ହୋଇଥାଏ। ତେବେ ଅଧିକ ସମୟ ଏସିରେ ରହିବା ଦ୍ବାରା ଡିହାଇଡ୍ରେସନ, ଆଲର୍ଜି, ଆଜମା ସମସ୍ୟା ମଧ୍ୟ ଦେଖା ଦେଇପାରେ।ଏହାଦ୍ବାରା ହୃଦ୍‌ ଏବଂ କିଡ୍‌ନୀ ଜନିତ ରୋଗ ହୋଇପାରେ। ଏହାବାଦ୍‌ ଶ୍ବାସକ୍ରିୟାରେ ସମସ୍ୟା ଭୋଗିବାକୁ ପଡ଼ିଥାଏ। କେବଳ ସେତିକି ନୁହେଁ, ଶ୍ବାସନଳୀରେ ଯନ୍ତ୍ରଣା ଏବଂ ସଂକ୍ରମଣ ଆଶଙ୍କା ଅଧିକ ଅଛି। ସେହିପରି ଏସିରେ ଅଧିକ ସମୟ ବସି ରହିବା ଦ୍ବାରା ତ୍ବଚା ଶୁଷ୍କ ହୋଇଥାଏ।

Leave a Reply

Your email address will not be published. Required fields are marked *