ଭୁବନେଶ୍ୱର: ଭାରତର ପ୍ରତିଷ୍ଠିତ ମ୍ୟୁଜିକ ଲେବଲ୍ ସାରେଗାମା ପକ୍ଷରୁ ଏକ ନୂଆ ଚ୍ୟାନେଲ “ସାରେଗାମା ଓଡ଼ିଆର ଶୁଭାରମ୍ଭ ଭୁବନେଶ୍ୱର ସ୍ଥିତ ମେ ଫେୟାରରେ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ କଳାକାର ଯୋଗ ଦେଇଥିଲେ । ସାଂସ୍କୃତିକ ଓ କଳାତ୍ମକ ଦୃଷ୍ଟିକୋଣରୁ ଭାରତୀୟ ସଙ୍ଗୀତ କ୍ଷେତ୍ରରେ ଓଡ଼ିଶାର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଶଂସନୀୟ। ଏହି ଶୁଭାରମ୍ଭ ସାରାଗାମାର ସମ୍ପ୍ରସାରଣରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଚିହ୍ନିତ କରୁଛି, ଯାହାଦ୍ୱାରା ବିଭିନ୍ନ କ୍ଷେତ୍ରରେ ସଙ୍ଗୀତର ଆବଶ୍ୟକତାକୁ ପୂରଣ କରିବ। ଓଡ଼ିଶାର ସୁନ୍ଦର ଗୀତଗୁଡ଼ିକୁ ସ୍ମରଣୀୟ କରି ‘ସାରେଗାମା ଓଡ଼ିଆ’ରେ ବହୁ ମନଲୋଭା ଏବଂ ଦର୍ଶକଙ୍କ ମନକୁ ଛୁଇଁବା ଭଳି ଗୀତ ପ୍ରଦର୍ଶିତ ହୋଇଛି। ଏହି ଚ୍ୟାନେଲରେ ରୁଚି ଅନୁଯାୟୀ ପାରମ୍ପରିକ ଲୋକଗୀତ ଠାରୁ ଆରମ୍ଭ କରି ଆଧୁନିକ ଗୀତକୁ ନେଇ ତିଆରି ହୋଇଛି ମ୍ୟୁଜିକ ଭିଡିଓ ।
ଓଡ଼ିଆରେ ସାରେଗାମା: ସଙ୍ଗୀତ ପ୍ରେମୀଙ୍କ ପାଇଁ ହେବ “ୱାନ୍ ଷ୍ଟପ୍ ଡେଷ୍ଟିନେସନ”















Leave a Reply