ଚଳିତବର୍ଷର ହକି ଇଣ୍ଡିଆ ଲିଗ୍ ରେ ଓଡିଶାରୁ ପ୍ରତିନିଧିତ୍ବ କରିବେ ୨ଟି ଟିମ୍
ଭୁବନେଶ୍ୱର: ଓଡ଼ିଶାରେ ଅନୁଷ୍ଠିତ ହେବ ଚଳିତବର୍ଷର ହକି ଇଣ୍ଡିଆ ଲିଗ୍- ୨୦୨୪-୨୫। ଏଥର ପ୍ରଥମଥର ପାଇଁ ହକି ଇଣ୍ଡିଆ ଲିଗ୍ ରେ ଉଭୟ ପୁରୁଷ ଏବଂ ମହିଳା ହକିଦଳ ଅଂଶଗ୍ରହଣ କରିବେ। ଆସନ୍ତା ୨୮ ଡିସେମ୍ବର, ୨୦୨୪ ଠାରୁ ୦୧ ଫେବୃଆରୀ, ୨୦୨୫ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏଥିସହ ଓଡ଼ିଶାର ରାଉରକେଲାରେ ଥିବା ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ ଠାରେ ପୁରୁଷ ହକିଦଳଙ୍କ ପାଇଁ ହକି ଇଣ୍ଡିଆ ଲିଗ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାର ସୂଚନା ମିଳିଛି ।
ଚଳିତବର୍ଷର ହକି ଇଣ୍ଡିଆ ଲିଗ୍ ରେ ଓଡିଶାରୁ ୦୨ଟି ଦଳ ଅର୍ଥାତ୍ ଉଭୟ ପୁରୁଷ ଏବଂ ମହିଳା ହକିଦଳ ଅଂଶଗ୍ରହଣ କରିବେ। ଓଡ଼ିଶା ପୁରୁଷ ହକିଦଳର ଓନରସିପ୍ ବେଦାନ୍ତ ଲିମିଟେଡ଼ ପାଖରେ ରହିଥିବା ବେଳେ ମହିଳା ହକିଟିମ୍ ର ଓନରସିପ୍ ନବୋୟମ୍ ସ୍ପୋର୍ଟ୍ସ ଭେନ୍ଚର୍ସ ପ୍ରାଇଭେଟ୍ ଲିମିଟେଡ଼ ପାଖରେ ରହିଛି।
ପ୍ରକାଶଯୋଗ୍ୟ ଯେ, ଏଥର ପ୍ରଥମଥର ପାଇଁ ମହିଳା ହକିଦଳ, ହକି ଇଣ୍ଡିଆ ଲିଗ୍ ରେ ସାମିଲ୍ ହୋଇଥିବାବେଳେ ଓଡିଶାରୁ ମଧ୍ୟ ମହିଳା ହକିଟିମ୍ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ। ଏହା ଓଡ଼ିଶାର ସମସ୍ତ ହକି କ୍ରୀଡାବିତ୍ ମାନଙ୍କପାଇଁ ଗର୍ବ ଓ ଗୌରବର ବିଷୟ। ଟୁର୍ଣ୍ଣାମେଣ୍ଟରେ ମହିଳାଦଳ ସାମିଲ୍ ହେବା ଦ୍ୱାରା ମହିଳା କ୍ରୀଡ଼ାବିତ୍ମାନେ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ଏକ ଉତ୍କୃଷ୍ଟ ପ୍ଲାଟଫର୍ମ ପାଇପାରିବେ ଏବଂ ଏହା ଆଗାମୀ ଭବିଷ୍ୟତର ସମସ୍ତ ଯୁବ କ୍ରୀଡ଼ାବିତ୍ ମାନଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି। ଏଥିସହ ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ହକି ଇଣ୍ଡିଆ ଲିଗ୍ (ପୁରୁଷ ବର୍ଗ)ର ମ୍ୟାଚ୍ ଦେଖିବା ପାଇଁ ଦେଶ ବିଦେଶରୁ ଅନେକ ହକି ପ୍ରେମୀ ଏକତ୍ରିତ ହେବାର ଆଶା କରାଯାଉଛି। ଓଡ଼ିଶାରେ ସମସ୍ତ କ୍ରୀଡା ଓ କ୍ରୀଡ଼ାବିତ୍ ମାନଙ୍କର ସାମଗ୍ରିକ ବିକାଶ ଏବଂ କ୍ରୀଡ଼ାବିତ୍ମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗଇଦେବା ପାଇଁ ସମସ୍ତ ପ୍ରୟାସ ଜାରି ରହିଛି।
















Leave a Reply