ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୭ଟି ସିମ୍ ବକ୍ସ ଠାବ ହୋଇଛି। ଯାହାକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ପୋଲିସ କମିଶନର ସଞ୍ଜୀବ ପଣ୍ଡା ସିମ ବକ୍ସ ଜବତ ଘଟଣାରେ ବାଂଲାଦେଶ ଲିଙ୍କ ରହିଥିବା ସ୍ପଷ୍ଟ କରିଛନ୍ତି। ସିମ ବକ୍ସ ବାଂଲାଦେଶ ସୀମା ଦେଇ ପଶ୍ଚିମବଙ୍ଗ ପରେ ଭୁବନେଶ୍ବରରେ ପହଞ୍ଚୁଛି। ପଶ୍ଚିମବଙ୍ଗର ରାଜୁ ମଣ୍ଡଳ ଜରିଆରେ ବାଂଲାଦେଶର ଆଶାଦୂର ଜମାନ ହିଁ ଏହାକୁ ଅପରେଟ କରୁଥିବା ନେଇ କହିଛନ୍ତି ପୋଲିସ କମିଶନର। ଏଥିରେ ଗିରଫ ହୋଇଥିବା ରାଜୁ ମଣ୍ଡଳଙ୍କ ଏହି ମାମଲାରେ ବାଂଲାଦେଶ ଲିଙ୍କ୍ ରହିଛି। ସିମବକ୍ସ ସହ ବାଂଲାଦେଶ ଲିଙ୍କ ପଦାରେ ପଡିବା ପରେ ପୋଲିସର ଚିନ୍ତା ବଢିଯାଇଛି। ତେବେ ପ୍ରାଥମିକ ତଦନ୍ତୁ ଜଣାପଡିଛି ଯେ ଏହି ସିମ୍ବକ୍ସ ସାଇବର କ୍ରାଇମ୍, ହେଟ୍ ମେସେଜ ଓ ଆତଙ୍କବାଦୀ ଆକ୍ରମଣ ଇତ୍ୟାଦି ବଡ଼ ବଡ଼ ଅପରାଧ ପାଇଁ ବ୍ୟବହାର ହେଉଥିଲା। ଆବଶ୍ୟକ ପଡିଲେ କେନ୍ଦ୍ରୀୟ ସଂସ୍ଥାର ସହଯୋଗ ନିଆଯିବ। ତେବେ ଏହା ଲ ଏନଫୋରସିଙ୍ଗ ଏଜେନ୍ସଙ୍କ ତଦନ୍ତରେ ବାଧା ସୃଷ୍ଟି ପାଇଁ ବ୍ୟବହୃତ ହେଉଥିଲା ବୋଲି କମିଶନର କହିଛନ୍ତି।
ଓଡ଼ିଶାରେ ବାଂଲାଦେଶ ଲିଙ୍କ












Leave a Reply