ଓ୍ବାଏନାଡ ଭୂସ୍ଖଳନରେ ଓଡ଼ିଆ ଡାକ୍ତର ନିଖୋଜ

ଭୁବନେଶ୍ୱର: କେରଳ ୱାଏନାଡରୁ ଆସିଛି ଦୁଃଖଦ ଖବର। ଓ୍ବାଏନାଡରେ ହୋଇଥିବା ଭୟଙ୍କର ଭୂସ୍ଖଳନରେ ଜଣେ ଓଡ଼ିଆ ଡାକ୍ତର ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଓଡ଼ିଆ ପୁଅ ଜଣକ ହେଲେ କଟକ ଚୌଦ୍ବାର ହାଉସିଂ ବୋର୍ଡର ଡାକ୍ତର ବିଷ୍ଣୁପ୍ରସାଦ ଚିନାରା। ବିଷ୍ଣୁପ୍ରସାଦ ନିଖୋଜ ନେଇ ସୂଚନା ଦେଇଛନ୍ତି ବାପା ଅମର ଚିନାରା। ପୁଅବୋହୂ ତାଙ୍କ ଦୁଇ ବନ୍ଧୁଙ୍କ ସହ ଜୁଲାଇ ୨୬ରେ କେରଳ ଯାଇଥିଲେ। ଭୂସ୍ଖଳନରେ ପୁଅ ନିଖୋଜ ଥିବା ବୋହୂ ଠାରୁ ଜାଣିବାକୁ ପାଇଥିବା କହିଛନ୍ତି ବିଷ୍ଣୁଙ୍କ ବାପା।

Leave a Reply

Your email address will not be published. Required fields are marked *