କିସ୍‌ମିସ୍‌ ଖାଇବା ଦ୍ୱାରା ମେଦବହୁଳତା କମିଥାଏ 

କିସ୍‌ମିସ୍‌ରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଅଧିକାଂଶ ଲୋକ ଅତ୍ୟଧିକ ଖାଦ୍ୟ ଖାଇଦେଇଥିବାରୁ ତାହା ଠିକ୍‌ ଭାବେ ହଜମ ହୁଏନା। ପରବର୍ତ୍ତୀ ସମୟରେ ଏହା କୋଷ୍ଠକାଠିନ୍ୟ ବା କନଷ୍ଟିପେଷ୍ଟନ୍‌ର ରୂପ ମଧ୍ୟ ନିଏ। ତେଣୁ ପ୍ରତିଦିନ କିସ୍‌ମିସ୍‌ ଖାଇବା ଦ୍ୱାରା ଏଥିରୁ କିଛି ମାତ୍ରାରେ ଉପଶମ ମିଳିଥାଏ। କିସ୍‌ମିସ୍‌ ହେଉଛି କମ୍‌ କ୍ୟାଲୋରୀ ଯୁକ୍ତ। ତେଣୁ ଏହାକୁ ଖାଇଲେ ମେଦବହୁଳତା ସମସ୍ୟା ସହ ଓଜନ କମାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏଥିରେ ମଧ୍ୟ ଅଧିକ ପରିମାଣର ଫାଇବର୍‌ ରହିଛି। ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି ଯେ, ଏହାକୁ ଖାଇଲେ ରକ୍ତରେ ଶର୍କରା ବା ସୁଗାର ପରିମାଣ କେତେକାଂଶରେ ସନ୍ତୁଳିତ ରହିଥାଏ। ଏହାର ଆଣ୍ଟି-ଅକ୍ସିଡ଼ାଣ୍ଟ୍‌ ଗୁଣ ମଧ୍ୟ ରହିଛି। କିସ୍‌ମିସ୍‌କୁ ଖାଦ୍ୟ ତାଲିକାରେ ସାମିଲ କଲେ ତାହା ଦୃଷ୍ଟି ଶକ୍ତିକୁ ଆହୁରି ପ୍ରଖର କରିଥାଏ। ଏଥିରେ ପଲିଫେନୋଲ୍‌ ନାମକ ଏକ ପିଗ୍‌ମେଣ୍ଟ୍‌ ରହିଛି, ଯାହା ଆଖି ତଳ ଭାଗରେ କଳା ଦାଗ ହେବାରୁ ରକ୍ଷା କରେ। କିସ୍‌ମିସ୍‌ ଖାଇବା ଦ୍ୱାରା ରକ୍ତରେ ଲୋହିତ ରକ୍ତ କଣିକା ସୃଷ୍ଟି ହୋଇଥାଏ। ଏହାକୁ ଖାଇଲେ ତାହା ସୁନିଦ୍ରାରେ ମଧ୍ୟ ସାହାଯ୍ୟ କରିଥାଏ। ବିଶେଷ ଭାବରେ ପାଣିରେ କିସ୍‌ମିସ୍‌କୁ ଭଲ ଭାବରେ ଭେଦାଇ ପ୍ରତିଦିନ ଖାଇଲେ ଏହା ଶରୀରରେ କ୍ୟାଲ୍‌ସିୟମ୍‌ ସୃଷ୍ଟି କରେ ଯାହା ଆଣ୍ଠୁ, ଗଣ୍ଠି ଓ ହାଡ଼କୁ ମଜଭୁତ ରଖିବାରେ ସାହାଯ୍ୟ କରେ।

Leave a Reply

Your email address will not be published. Required fields are marked *