କୃଷ୍ଣଚୂଡ଼ା

କୃଷ୍ଣଙ୍କର ଭାରି ପ୍ରିୟ ବୋଲି ପରା
ନାମ ତାର କୃଷ୍ଣଚୂଡ଼ା,
ଶ୍ରୀକୃଷ୍ଣଙ୍କପ୍ରେମେ ,କୃଷ୍ଣଙ୍କ ଆଦରେ
କୃଷ୍ଣଚୂଡ଼ା ଫୁଲ ଗଢା।।

କୃଷ୍ଣଚୂଡ଼ା ଫୁଲେ ପ୍ରକୃତିରାଣୀ ଟି
ବାନ୍ଧିଥାଏ ତାର ଗଭା,
ନାଲି ହଳଦିଆ ଦୁଇଟି ରଙ୍ଗରେ
ଦିଶୁଥାଏ ମନଲୋଭା।।

ଗ୍ରୀଷମ ଋତୁରେ ପତର ଲୁଚାଇ
ଫୁଲେ ହୁଏ ପରିପୂର୍ଣ୍ଣ,
ନୀଳ,ସବୁଜଠୁ ବେଶୀ ସେ ଝଟକେ
ନାଲି ନାଲି ତାର ବର୍ଣ୍ଣ ।।

ନିଦାଘ କାଳ ସେ ମନଖୋଲି ହସେ
ହୁଏନାହିଁ ତାକୁ ବାଧା,
ନାଲି ପାଖୁଡ଼ାର ମୁରୁଜକୁ ବୁଣି
ଧରିତ୍ରୀକୁ କରେ ଶ୍ରଦ୍ଧା।।

ବିନା ସୁଗନ୍ଧେ ବି ରଙ୍ଗ ତାର ଦେଖି
ମନ ହୁଏ ବିମୋହିତ,
କୃଷ୍ଣଚୂଡ଼ା ଫୁଲ ସୌନ୍ଦର୍ଯ୍ୟ ମାଧ୍ୟମେ
କରୁଥାଏ ଆକର୍ଷିତ ।।

ସୁଶ୍ରୀ ଶକ୍ତି ସ୍ୱରୂପା ନାୟକ
ଭାକୁଡ଼,ବାଲିଚନ୍ଦ୍ରପୁର, ଯାଜପୁର

Leave a Reply

Your email address will not be published. Required fields are marked *