ଖୁରାନିଆ ହେଲେ ଓଡ଼ିଶା ପୋଲିସ ଡିଜି

ଭୁବନେଶ୍ୱର: ଓଡ଼ିଶା ପାଇଲା ନୂଆ ଡିଜିପି । ୧୯୯୦ ବ୍ୟାଚ ଆଇପିଏସ ଅଧିକାରୀ YB ଖୁରାନିଆ ହେବେ ପରବର୍ତ୍ତୀ ଓଡିଶା ଡିଜିପି । ଖୁରାନିଆଙ୍କ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଯୋଗେଶ ବାହାଦୁର ଖୁରାନିଆ ବିଏସଏଫ ୱେଷ୍ଟର୍ଣ୍ଣ ସେକ୍ଟରର ପରିଚାଳନା, ପ୍ରଶାସନିକ ତଥା ବିଏସଏଫରେ ମାନବ ସମ୍ବଳ ନିଯୁକ୍ତି ଦାୟିତ୍ୱରେ ଥିଲେ। ଏହା ପୂର୍ବରୁ ସେ ନୂଆଦିଲ୍ଲୀ ବିଏସଏଫ ମୁଖ୍ୟାଳୟରେ ସ୍ପେଶିଆଲ ଡାଇରେକ୍ଟର ଜେନେରାଲ (ଅପରେସନ) ଦାୟିତ୍ୱରେ ଥିଲେ । ଚାକିରି କାଳ ଆରମ୍ଭରେ ୫ ଜିଲାର ସେ ଏସପି ଭାବେ କାର୍ଯ୍ୟ କରିଛନ୍ତି। ଓଡ଼ିଶା କ୍ୟାଡର ଅଫିସର ଖୁରାନିଆ ପୂର୍ବରୁ ରାଉରକେଲା ଏସପି, ମୟୂରଭଞ୍ଜ, ଗଞ୍ଜାମ ଏବଂ ଅନ୍ୟ ଜିଲାରେ କାମ କରିଛନ୍ତି। ପଦୋନ୍ନତି ପାଇ ସେ ଭୁବନେଶ୍ୱର ରେଞ୍ଜ, ସାଉଥ ରେଞ୍ଜ ବ୍ରହ୍ମପୁର ଏବଂ ନର୍ଥ ରେଞ୍ଜ ସମ୍ବଲପୁର ଡିଆଇଜି/ଆଇଜି ଭାବେ କାମ କରିଛନ୍ତି। ଭୁବନେଶ୍ବର-କଟକ ପୋଲିସ କମିଶନର ଭାବେ ନିଯୁକ୍ତି ପାଇଛନ୍ତି। ଏହା ବ୍ୟତୀତ ଖୁରାନିଆ ତାଙ୍କର ସାହାସ, ସେବା ଓ କର୍ତ୍ତବ୍ୟ ପାଇଁ ରାଜ୍ୟପାଳ, ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *