ଗଣିଆ-କୁତୁରି ରାସ୍ତା ନିର୍ମାଣରେ ବିଳମ୍ବ, ବିଭଗୀୟ ଅଧିକାରୀ ନିରବ ଦ୍ରଷ୍ଟା

ଗଣିଆ: (ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଗଣିଆ ଠାରୁ କୁତୁରି ରାସ୍ତାନିର୍ମାଣ କରିବା ପାଇଁ ସରକାର ଙ୍କ ତରଫରୁ କୋଟି କୋଟି ଟଙ୍କା ବ୍ୟୟ ବରାଦ ହୋଇ ଥିଲେ ମଧ୍ୟ ଠିକାଦାର ଅଳ୍ପ ରାସ୍ତା ନିର୍ମାଣ କରି ନିର୍ମାଣ କାର୍ଯ୍ୟ ବନ୍ଦ କରିଥିବାରୁ ବର୍ଷା ଦିନେ ଲୋକ ମାନଙ୍କ ସହିତ ଗାଡି ମଟର ଯିବାଆସିବା କରିବାକୁ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି,ଖବର ନେବାରୁ ଜଣାଗଲାଯେ ଗଣିଆ ଠାରୁ କୁତୁରି ରାସ୍ତା ନିର୍ମାଣ କରିବା ପାଇଁ ଠିକାଦାର କୁ କାର୍ଯ୍ୟ କରିବା ପାଇଁ କାର୍ଯ୍ୟ ଦେଶ ମିଳିଥିଲେ ମଧ୍ୟ ଠିକାଦାର ମନଇଛା ରାସ୍ତା କାର୍ଯ୍ୟ କରି ଲୋକ ମାନଙ୍କୁ ଅସୁବିଧା ରେ ପକାଇ ହେଇରାଣ କରୁଛି, ବଡଶୀଲିଙ୍ଗା ଓ ଛାମୁଣ୍ଡିଆ ଗ୍ରାମ ପଂଚାୟତ ର ଲୋକ ମାନେ ଯିବାଆସିବା କରିବା ବଡକଷ୍ଟକର ହେଉଛି, ଠିକାଦାର ନିର୍ମାଣ କାର୍ଯ୍ୟ ବିଳମ୍ବ କରୁଥିବାରୁ ଜନସାଧାରଣ ମାନେ ଦୁଃଖ ପ୍ରକାଶ କରୁଛନ୍ତି, ଏହି ରାସ୍ତା ଦେଇ ରାଜନେତା ଠାରୁ ଆରମ୍ଭ କରି ପ୍ରଶାସନ ଅଧିକାରୀ ମାନେ ଯିବାଆସିବା କରୁଥିଲେ ମଧ୍ୟ କାହାର ନଜର ପଡୁନାହିଁ, ରାସ୍ତା କାର୍ଯ୍ୟ ନିର୍ମାଣ କରିବା ପାଇଁ ଜନସାଧାରଣ ମାନେ ରାଜ୍ୟ ସରକାର ଓ ଜ଼ିଲ୍ଲା ପ୍ରଶାସନ ଅଧିକାରୀ ମାନଙ୍କୁ ଅନୁରୋଧ କରିଛନ୍ତି I

Leave a Reply

Your email address will not be published. Required fields are marked *