ଗଣିଆ ବ୍ଲକରେ ଆଳୁ ପରେ କନ୍ଦେଇଲାଣି ପିଆଜ ଦର

ଗଣିଆ -(ମନୋରଞ୍ଜନ ମଳିକ)-, ନୟାଗଡ ଜିଲ୍ଲା ଗଣିଆ ବ୍ଲକ୍ ରେ ଆଳୁ ପରେ ପିଆଜ ଦର ଆକଶଛୁଆଁ,ଖବର ନେବାରେ ଜଣାଗଲାଯେ ଗଣିଆ ବଜାର ଉପରେ ଥିବା ପନିପରିବା ଦୋକାନ ଗୁଡିକରେ ପିଆଜ ଦର କେଉଁଠି ୬୫ତ କେଉଁଠି ୭୦ଟଙ୍କା ପହଞ୍ଚିଲାଣି, ଯାହାକୁ ନେଇ ଗ୍ରାହକ ଏବେ ଚିନ୍ତାରେ, ଦିନକ କୁ ଦିନ ଖାଇବା ସାମଗ୍ରୀ ଉପରେ ଦରଦାମ ବୃଦ୍ଧିକୁ ନିନ୍ଦା କରୁଛନ୍ତି ଗ୍ରାହକ, ପ୍ରଥମେ ଆଳୁ ପାଇ ବେଶ୍ କିଛି ଦିନ ହନ୍ତସନ୍ତ ହେବାକୁ ପଡ଼ିଥିଲା, ବେପାରୀ ମାନକ ମାନମାନି ଯୋଗୁ ପିଆଜ ଦର ବୃଦ୍ଧି ପାଉଛି, ଏଥି ପ୍ରତି ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧରଣ ଦାବୀ କରିଛନ୍ତିI

Leave a Reply

Your email address will not be published. Required fields are marked *