ନୂଆଦିଲ୍ଲୀ: ବାଂଲାଦେଶରେ ହିଂସା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ଆସିଥିବା ଶେଖ ହାସିନା ଏବେ ମଧ୍ୟ ଗାଜିଆବାଦର ହିଣ୍ଡନ ଏୟାରବେସରେ ଅଛନ୍ତି। ଏଠାରେ ତାଙ୍କୁ ସୁରକ୍ଷିତ ଘରେ ରଖାଯାଇଛି। ଯଦିଓ ଶେଖ ହାସିନା ବାଂଲାଦେଶ ଛାଡିବା ପୂର୍ବରୁ ନିଜ ସହ ଅଧିକ କିଛି ଆଣିପାରିନଥିଲେ, ତଥାପି ସେ ତାଙ୍କ ସହ କିଛି ସୁଟକେସ ଏବଂ ବ୍ୟାଗ ଆଣିଥିବା କୁହାଯାଉଥିଲା। ଏହି ସମୟରେ କିଛି ଜରୁରୀ ଜିନିଷ ହିଣ୍ଡନ ଏୟାରବେସରେ ଶେଖ ହାସିନା କିଣିଛନ୍ତି। ସୂଚନାନୁସାରେ, ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଗତକାଲି ହିଣ୍ଡନ ବାୟୁସେନା ଷ୍ଟେଶନର ଶପିଂ କମ୍ପ୍ଲେକ୍ସରୁ ତାଙ୍କ ଭଉଣୀ ଏବଂ ନିଜ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ କିଣିଛନ୍ତି। ସୂତ୍ରରୁ ପ୍ରକାଶ ଯେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ୩୦,୦୦୦ ଟଙ୍କା ମୂଲ୍ୟର ଜିନିଷ କିଣିଛନ୍ତି।
ଗାଜିଆବାଦରେ ୩୦ ହଜାର ଟଙ୍କାର ଜିନିଷ କିଣିଲେ ଶେଖ ହାସିନା














Leave a Reply