ଘରର ମୁଖ୍ୟଦ୍ବାରରେ ଶୁଭ କଳସ ସ୍ଥାପନ ବସାଉଥିଲେ ଜାଣନ୍ତୁ ଏହାର ନିୟମ

କଳସ ବା ଜଳପୂର୍ଣ୍ଣ କୁମ୍ଭ ଦେଖିକି ଯାତ୍ରାକଲେ କାର୍ଯ୍ୟସିଦ୍ଧି ହୋଇଥାଏ ବୋଲି କୁହାଯାଏ। ସେଥିପାଇଁ ଅନେକ ଘରର ମୁଖ୍ୟଦ୍ୱାର ନିକଟରେ କଳସ ବସାଇଥାନ୍ତି। ତେବେ ଏହି ଶୁଭ କଳସ ସ୍ଥାପନ ନେଇ ମଧ୍ୟ କିଛିଟା ନିୟମ ରହିଛି, ଆସନ୍ତୁ ଜାଣିବା ସେ ସମ୍ପର୍କରେ…

  • ଘରର ମୁଖ୍ୟ ଦ୍ୱାରର ବାମପଟେ କଳସ ରଖିବା ଅତ୍ୟନ୍ତ ଭଲ ହୋଇଥାଏ। ଆବଶ୍ୟକ ସ୍ଥଳେ ଆପଣ ଚାହିଁଲେ ଏହାକୁ ଡାହାଣ ପଟେ କିମ୍ବା ଦ୍ୱାରର ସମ୍ମୁଖ ଭାଗରେ ମଧ୍ୟ ରଖିପାରିବେ। କିନ୍ତୁ ସମ୍ମୁଖରେ ରଖିଲେ କାହାର ଗୋଡ଼ ବାଜିଯିବାର ଆଶଙ୍କା ଥାଏ। ତେଣୁ ନିଜର ସୁବିଧା ଅନୁଯାୟୀ ଶୁଭ କଳସକୁ ଦ୍ୱାରର ଯେଉଁଠି ଚାହିଁବେ, ସେଠି ରଖିପାରିବେ। କିନ୍ତୁ ଧ୍ୟାନ ଦେବେ ଘରକୁ ଯିବାଆସିବା ସମୟରେ ଯେମିତି ଶୁଭକଳସ ଉପରେ ସମସ୍ତଙ୍କର ନଜର ପଡ଼ୁଥିବ।
  • ପ୍ରତିଦିନ ସ୍ନାନସାରି ପ୍ରଥମେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ଘ୍ୟ ଦେବେ, ତା’ପରେ ମା’ ବୃନ୍ଦାବତୀଙ୍କୁ ପୂଜା କରିବେ। ଆଉ ତା’ପରେ ମୁଖ୍ୟ ଦ୍ୱାର ନିକଟରେ ଶୁଭ କଳସକୁ ସ୍ଥାପନା କରି ଘର ଠାକୁରଙ୍କୁ ପୂଜା କଲେ ପରିବାରର ମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।
  • କଳସରେ ନିୟମିତ ପାଣି ପୂର୍ଣ୍ଣ କରି ତାଉପରେ ଫୁଲ କିଛି ରଖିଦିଅନ୍ତୁ।
  • ଯଦି ମୁଖ୍ୟ ଦ୍ୱାରର କାନ୍ଥକୁ ଲାଗି ଚଉରା ରହିଛି, ତା’ହେଲେ ଉକ୍ତ ଚଉରାର ମଣ୍ଡପ ଉପରେ କଳସକୁ ମଧ୍ୟ ରଖିପାରିବେ।
  • ସୂର୍ଯ୍ୟୋଦୟ ପୂର୍ବରୁ କଳସ ବସାଇବା ଭଲ। କଳସ ନିକଟରେ ନିୟମିତ ଧୂପ, ଦୀପ ଦେଇ ପୂଜା କରିବା ଉଚିତ।
  • କଳସର ପାଣି ବାସି ହେବା ଠିକ୍‌ ନୁହେଁ ଅର୍ଥାତ୍‌ ସକାଳେ ଯେଉଁ ଶୁଭ କଳସ ବସାଇଥିବେ ସୂର୍ଯ୍ୟାସ୍ତ ପୂର୍ବରୁ ସେହି କଳସର ପାଣିକୁ କୌଣସି ଗଛ ମୂଳରେ ଢାଳିଦେବେ। ପୁନର୍ବାର ପରଦିନ ଶୁଦ୍ଧ ଜଳରେ ପୁଣି ଶୁଭ କଳସ ବସାଇବେ।

Leave a Reply

Your email address will not be published. Required fields are marked *