ଚାଷୀ ଭାଇକୁ ସଲାମ

ସୁରେନ୍ଦ୍ର କୁମାର ବେହେରା

କୃଷି ପ୍ରଧାନଏ ଦେଶଟି ଆମର
ଚାଷ କରେ ଚଷା ଭାଇ
ସାରା ଜଗତକୁ ଆହାର ଯୋଗାଏ
ତାର ସମ କେହି ନାହିଁ।୧।

ମାଟିର ମଣିଷ ମାଟିରେ ଖଟଇ
ଚାଷକୁ କରଇ ବୃତ୍ତି
ଖରା ବର୍ଷା ଶୀତ କାକର କୁହୁଡି
ସହି ଥାଏ ମଥା ପାତି ।୨।

ସକାଳରୁ ସଞ୍ଜ କ୍ଷେତରେ ଖଟଇ
ଶାଗ ପଖାଳକୁ ଖାଇ
ଫସଲ ଅମଳ ହେବା ପରେ ଯାଇ
ମନେ ତା, ଖୁସି ଭରଇ ।୩।

ଜଳବାୟୁ ପରିବର୍ତ୍ତନ ହେଉଛି
ହେଉନି ଠିକ୍ ବରଷା
ଫସଲ ହାନିରେ ମନ ଉଣା କରି
ତୁଟି ଯାଏ ତା, ଭରସା ।୪।

ଗାଈ ଗୋରୁ ,କୀଟ ଶସ୍ୟ କରେ ନଷ୍ଟ
ଚାଷୀ ମୁଣ୍ଡରେ ଚଡ଼କ
ଅଭାବ କଷଣ ଅଶାନ୍ତି ବଢାଏ
ସହେ ଋଣ ଭାର ଦୁଃଖ ।୫।

ଯେଉଁ ଫସଲକୁ ଅମଳ କରଇ
ଅଭାବି ବିକିରି କରି
ଧାର କରଜକୁ ସୂଜିଦେଲା ପରେ
ରହେ କରମ ଆଦରି ।୬।

ଚାଷ ପାଇଁ ପରାମର୍ଶ ଦେଇ ପୁଣି
ବିହନ ସାର ଯୋଗାଣ
ସରକାର ଆମ ଯୋଗାଇ ଦେଲେ ସେ
ହେବ ନାହିଁ ହଇରାଣ ।୭।

ଚାଷୀ ଭାଇ ଆମ ବଡ ଉପକାରୀ
ତାର ପରି କେହି ନାହିଁ
ସଲାମ କରିବା ଚାଷୀ ଭାଇ ପାଇଁ
ଜୟ ସେ କିଶାନ ଭାଇ ।୮।

ଜିତି ପୁର, ହରିପୁର ହାଟ, ଯାଜପୁର।

Leave a Reply

Your email address will not be published. Required fields are marked *