ଜଶପ୍ରୀତ ବୁମ୍‌ରାଙ୍କ ଦୁନିଆର ସବୁଠାରୁ ବିପଜ୍ଜନକ ବୋଲର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା ଆଜି ଦୁନିଆର ସବୁଠାରୁ ବିପଜ୍ଜନକ ବୋଲରଙ୍କ ମଧ୍ୟରେ ଗଣିତ ହୋଇଛନ୍ତି। କିନ୍ତୁ ଏହି ଅବସ୍ଥାରେ ପହଞ୍ଚିବା ଯାତ୍ରା ସହଜ ନ ଥିଲା। ନିକଟରେ ଅହମ୍ମଦାବାଦରେ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ବୁମରା ତାଙ୍କ ଜୀବନର ଅନେକ ଅଜଣା ଦିଗ ଉପରେ ଆଲୋକପାତ କରିଥିଲେ। କ୍ରିକେଟ ପାଇଁ ସେ କିପରି ତାଙ୍କ ମା’ଙ୍କ ସହ ଝଗଡା କରୁଥିଲେ ସେ କହିଥିଲେ। ତାଙ୍କୁ କ୍ରିକେଟ ଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ବୁମରା କହିଛନ୍ତି, ମୁଁ ଅଧିକ ନିୟମିତ ତାଲିମ ପାଇ ନ ଥିଲି ଏବଂ ମୁଁ ମଧ୍ୟ ଦଶମ ଶ୍ରେଣୀ ଶେଷ ନହେବା ପର୍ଯ୍ୟନ୍ତ ମୋ ମା’ କ୍ରିକେଟ ଖେଳିବାକୁ ଚାହୁଁ ନ ଥିଲେ। କାରଣ ସେ ଭାବିଥିଲେ, ମୁଁ ମୋର ଅଧ୍ୟୟନରେ ଧ୍ୟାନ ଦେଇ ପାରିବି ନାହିଁ। ତେଣୁ ଶିଖିବାର ଏକମାତ୍ର ଉପାୟ ଟେଲିଭିଜନ ମାଧ୍ୟମରେ ଥିଲା।

Leave a Reply

Your email address will not be published. Required fields are marked *