ଜିଓ ଆଣିଲା ସବୁଠୁ ଶସ୍ତା ପ୍ଲାନ୍‌ ମାତ୍ର ୧୭୩ ଟଙ୍କା

ନୂଆଦିଲ୍ଲୀ: ଜିଓ, ଏୟାରଟେଲ, ଭିଆଇ(ଭୋଡାଫୋନ ଆଇଡିଆ) ମୋବାଇଲ ରିଚାର୍ଜ ଯୋଜନାକୁ ଗତ ମାସରେ ମହଙ୍ଗା କରିଛନ୍ତି। ଜିଓ ଏକ ଜବରଦସ୍ତ ପ୍ଲାନ ଅଣିଛି। ରିଲାଏନ୍ସ ଜିଓର ଏହି ରିଚାର୍ଜ ପ୍ଲାନ୍‌ ୧,୮୯୯ ଟଙ୍କା ରହିଛି। ଏହି ପ୍ଲାନ୍‌ରେ ୟୁଜର୍ସ ମାନଙ୍କୁ ୩୩୬ ଦିନର ଏକ ବୈଧତା ପ୍ରଦାନ କରାଯାଇଛି। ଜିଓର ଏହି ୟୁଜର୍ସ ରେ, ୟୁଜର୍ସଙ୍କୁ ଅସୀମିତ ଭଏସ କଲିଂ ଦିଆଯାଉଛି। ଦେଶର ଯେକୌଣସି ନେଟୱାର୍କକୁ ମାଗଣା କଲ କରିପାରିବେ ଏବଂ ମାଗଣା ଜାତୀୟ ରୋମିଂର ଲାଭ ପାଇପାରିବେ। ଏହା ବ୍ୟତୀତ ଏହି ଯୋଜନାରେ ସମୁଦାୟ ୨୪ ଜିବି ହାଇ ସ୍ପିଡ ଡାଟା ପ୍ରଦାନ କରାଯାଇଛି। ଏହା ପରେ ଲକ୍ଷ ଲକ୍ଷ ୟୁଜର୍ସ ସରକାରୀ ଟେଲିକମ କମ୍ପାନୀ ବିଏସ୍‌ଏନ୍‌ଏଲ୍‌କୁ ସ୍ଥାନାନ୍ତରିତ ହୋଇଛନ୍ତି। ତଥାପି ରିଲାଏନ୍ସ ଜିଓ ଏହାର ୟୁଜର୍ସମାନଙ୍କ ପାଇଁ ଅନେକ ସୁଲଭ ଯୋଜନା ଯୋଗାଉଛି, ଯେଉଁଥିରେ ଉପଭୋକ୍ତାମାନେ ଅସୀମିତ କଲିଂ, ଡାଟା ଭଳି ସୁବିଧା ପାଇପାରିବେ।ଜିଓ ଏଥିପାଇଁ କୌଣସି ଦୈନିକ ସୀମା ସ୍ଥିର କରିନାହାଁନ୍ତି। ଏହି ରିଚାର୍ଜ ପ୍ଲାନ୍‌ରେ ସମୁଦାୟ ୧୧ ମାସର ବୈଧତା ପାଇବ, ଯାହାର ଅର୍ଥ ଆପଣଙ୍କୁ ଏକ ମାସ ପାଇଁ ପ୍ରାୟ ୧୭୩ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏହି ରିଚାର୍ଜ ପ୍ଲାନ୍‌ରେ ସମୁଦାୟ ୩୬୦୦ ମାଗଣା SMS ଉପଲବ୍ଧ। ଏହା ବ୍ୟତୀତ ଜିଓର କିଛି ସପ୍ଲିମେଣ୍ଟାରୀ ଆପ ମଧ୍ୟ ପାଇପାରିବେ।

Leave a Reply

Your email address will not be published. Required fields are marked *