ଜିଓ-ବିପି ପକ୍ଷରୁ ୫୦୦ ତମ ଇଭି-ଚାର୍ଜିଂ ଷ୍ଟେସନ୍ ଶୁଭାରମ୍ଭ, ମୋଟ ଚାର୍ଜିଂପଏଣ୍ଟ  ସଂଖ୍ୟା ପାଞ୍ଚହଜାର ପହଞ୍ଚିଲା

ମୁମ୍ବାଇ: ଅନନ୍ତ ଅମ୍ବାନୀ ଏବଂ ବିପି ସିଇଓ ମୁରେ ଅଚିନକ୍ଲସ ମୁମ୍ବାଇର ଵିକେସି ସ୍ଥିତ ଜିଓ ୱାର୍ଲ୍ଡ ସେଣ୍ଟର ଠାରେ ଜିଓ ବିପି ପଲ୍ସର ୫୦୦ତମ ଇଭି ଚାର୍ଜିଂ ଷ୍ଟେସନକୁ ଉଦଘାଟନ କରିଛନ୍ତି । ଏହା ସହିତ ଭାରତରେ ଜିଓ-ବିପି ଚାର୍ଜିଂ ପଏଣ୍ଟ ସଂଖ୍ୟା ୫୦୦୦ କୁ ବୃଦ୍ଧିପାଇଛି । ରିଲାଏନ୍ସ ଏବଂ ବିପି ମଧ୍ୟରେ ଇନ୍ଧନ ଏବଂ ମୋବିଲିଟି କ୍ଷେତ୍ରରେ ଏକ ମିଳିତ ଉଦ୍ୟୋଗ ହେଉଛି ଜିଓ-ବିପି। ଇଭି-ଚାର୍ଜିଂ ଷ୍ଟେସନ ଆରମ୍ଭ ହେବା ସହିତ, ବର୍ତ୍ତମାନ ମୁମ୍ବାଇର ବାନ୍ଦ୍ରା କୁର୍ଲା କଂପ୍ଲେକ୍ସ (ବିକେସି) ରେ ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର, ଜିଓ ୱାର୍ଲ୍ଡ ପ୍ଲାଜା ଏବଂ ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଅତିଥିମାନଙ୍କ ପାଇଁ ଇଲେକ୍ଟ୍ରିକ୍ ଯାନ ଚାର୍ଜ କରିବା ଏବେ ସହଜ ହେବ। ଏହି ଶୁଭାରମ୍ଭ ଅବସରରେ ଅନନ୍ତ ଅମ୍ବାନୀ କହିଛନ୍ତି ଯେ, “ଜିଓ ବିପି ଭାରତରେ ଇଭି ଗ୍ରହଣକୁ ତ୍ୱରାନ୍ୱିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଦ୍ରୁତ-ଚାର୍ଜିଂ ଷ୍ଟେସନଗୁଡିକର ସବୁଠାରୁ ବୃହତ ନେଟୱାର୍କ ଅଂଶ, ଇଭି-ଚାର୍ଜିଂ ଭିତ୍ତିଭୂମିରେ ଦ୍ରୁତ ବୃଦ୍ଧି ଏବଂ ସର୍ବାଧିକ ବିଶ୍ୱସନୀୟତା ସହିତ ଜିଓ-ବିପି ଲକ୍ଷ ଲକ୍ଷ ଭାରତୀୟଙ୍କୁ ଡିଜିଟାଲ ଚାର୍ଜିଂ ସମାଧାନ ଯୋଗାଉଛି।”

ଜିଓ-ବିପି କେବଳ ଗୋଟିଏ ବର୍ଷରେ ଇଭି-ଚାର୍ଜିଂ ପଏଣ୍ଟ ସଂଖ୍ୟାକୁ ୧,୩୦୦ ରୁ ୫୦୦୦ କୁ ବୃଦ୍ଧି କରିଛି। ଏଥିମଧ୍ୟରୁ ୯୫ ପ୍ରତିଶତ ଇଭି ଚାର୍ଜିଂ ପଏଣ୍ଟ ଦ୍ରୁତ (ଫାଷ୍ଟ) ଚାର୍ଜିଂ କରିପାରିବ। ଜିଓ-ବିପି ହେଉଛି ପ୍ରଥମ କମ୍ପାନୀ ଯାହାକି ଟପ୍-ରେଟେଡ୍ ୪୮୦ କିଲୋୱାଟ ଚାର୍ଜର ସ୍ଥାପନ କରିଛି । ଏହି ଚାର୍ଜିଂ ପଏଣ୍ଟଗୁଡିକ ମଲ୍, ସର୍ବସାଧାରଣ ପାର୍କିଂ ସ୍ଥଳ, କର୍ପୋରେଟ୍ ପାର୍କ, ହୋଟେଲ ଏବଂ ପଥପାର୍ଶ୍ଵ ସ୍ଥାନଗୁଡିକରେ ଦ୍ରୁତ ଚାର୍ଜିଂ ସୁବିଧା ଯୋଗାଉଛନ୍ତି । ଏକପ୍ରକାରରେ ଚାର୍ଜିଂ ଭିତ୍ତିଭୂମିକୁ ଦ୍ରୁତ ବିସ୍ତାର କରି, ଜିଓ-ବିପି ବୈଦ୍ୟୁତିକ ଯାନବାହାନକୁ ମଧ୍ୟ ପ୍ରୋତ୍ସାହିତ କରୁଛି ।

Leave a Reply

Your email address will not be published. Required fields are marked *