ଜିଲା ବୁଲିବେ ସଚିବ

ଭୁବନେଶ୍ୱର: ଏଣିକି ସବୁ ଜିଲା ବୁଲିବେ ସଚିବ। ବିକାଶମୂଳକ ପ୍ରକଳ୍ପର ସମୀକ୍ଷା ଏବଂ ସରକାରଙ୍କ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ସମୀକ୍ଷା କରିବା ପାଇଁ ନିୟମିତ ବ୍ୟବଧାନରେ ବିଭିନ୍ନ ଜିଲା ପରିଦର୍ଶନ କରିବେ ସମସ୍ତ ବିଭାଗର ସଚିବ। ଏ ନେଇ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ଗସ୍ତ ସମୟରେ ଜିଲାର ଯେକୌଣସି ସ୍ଥାନକୁ ପରିଦର୍ଶନ କରିବା ସହ ପଞ୍ଚାୟତକୁ ଯାଇ ବିଭିନ୍ନ ସରକାରୀ ଯୋଜନାର ତଦାରଖ ବି କରିବେ। ଦିନକୁ ଅତିକମ୍‌ରେ ଥରେ କୌଣସି ଆହାର କେନ୍ଦ୍ର, ଅନୁସୂଚିତ ଜାତି/ଜନଜାତି ଛାତ୍ରାବାସ, ସ୍କୁଲକୁ ଯାଇ ମଧ୍ୟାହ୍ନଭୋଜନ ଖାଦ୍ୟର ଗୁଣବତ୍ତା ପରୀକ୍ଷା କରିବା ସହ ଭୋଜନ କରିବେ। କୌଣସି ଏକ ମେଡିକାଲକୁ ଯାଇ ରୋଗୀଙ୍କୁ ଭେଟି ସ୍ବାସ୍ଥ୍ୟସେବା ବିଷୟରେ ପଚାରି ବୁଝିବେ। ଏଥିସହିତ ଅଙ୍ଗନଓ୍ବାଡ଼ି ହିତାଧିକାରୀଙ୍କ ସହ ଆଲୋଚନା କରିବେ। ବିଦ୍ୟାଳୟର ଛାତ୍ରୀ ନିବାସ ଯାଇ ବାଳିକାମାନଙ୍କ ସହ କଥା ହୋଇ ସେମାନଙ୍କର ମତାମତ ନେବେ। ୮ଟି ଡିଏମ୍‌ଏଫ୍‌ ଜିଲା ଗସ୍ତ କରି ସେଠାରେ ଡିଏମ୍‌ଏଫ ପାଣ୍ଠିର ବିନିଯୋଗ ବାବଦରେ ସମୀକ୍ଷା କରିବେ।

Leave a Reply

Your email address will not be published. Required fields are marked *