ଜିଲ୍ଲା ସାମ୍ବାଦିକ ସଂଘ୍ ବୈଠକ ଅନୁଷ୍ଠିତ, ସାମ୍ବାଦିକ କଲ୍ୟାଣ ପାଣ୍ଠି ଗଠନ

ନୟାଗଡ -(ମନୋରଞ୍ଜନ ମଳିକ)-, ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏକ ବୈଠକ ନୂଆ ବସ ଷ୍ଟାଣ୍ଡ ସ୍ଥିତ ଟେଷ୍ଟି ଟେଷ୍ଟି ହୋଟେଲ ରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି, ବରିଷ୍ଟ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକ ରେ ସାମ୍ବାଦିକ ମାନକ ପାଇ ଏକ ସାମ୍ବାଦିକ କଲ୍ୟାଣ ପାଣ୍ଠି ଗଠନ ପାଇଁ ନିଷ୍ପତି ନିଆଯାଇଥିଲା, ସ୍ଥାନୀୟ ପୋଷ୍ଟ ଅଫିସ ରେ କଲ୍ୟାଣ ପାଣ୍ଠି ପାଇ ୫୦ହଜାର ଟଙ୍କା ଜମା ରାଶି ସହିତ ଏକ ଯୁଗ୍ମ ଆକାଉଣ୍ଟ ଖୋଲାଯିବ, କୌଣସି କାର୍ଯ୍ୟରତ ସାମ୍ବାଦିକ ମୂର୍ତି ଘଟିଲେ ଏହି କଲ୍ୟାଣ ପାଣ୍ଠିରୁ ଅନ୍ତିମ ସଂସ୍କାର ପାଇଁ ତୁରନ୍ତ ୩ହଜାର ଟଙ୍କା ସହାୟତା ପ୍ରଦାନ ପାଇଁ ବୈଠକ ରେ ନିଷ୍ପତି ହୋଇଥିଲା, ଜିଲ୍ଲା ସଂଘ କାର୍ଯ୍ୟାଳୟ ପାଇ ଗୃହ ନ ଥିବାରୁ ଭଡ଼ା ସୃତ୍ରରେ ଏକ ଘର ନେବା ପାଇ ପ୍ରସ୍ତାବ ଗ୍ରହଣ କରାଯାଇ ଥିଲା, ଏହି ବୈଠକ ରେ ବରିଷ୍ଟ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *