‘ଡିଜିଟାଲ ଇଣ୍ଡିଆ ସେଲ୍‌’ର ଶୁଭାରମ୍ଭ

ନୂଆଦିଲ୍ଲୀ: ରିଲାଏନ୍ସ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ତଥା ରିଲାଏନ୍ସ ଡିଜିଟାଲର ବହୁ ପ୍ରତୀକ୍ଷିତ ବିକ୍ରୟ କାର୍ଯ୍ୟକ୍ରମ ‘ଡିଜିଟାଲ ଇଣ୍ଡିଆ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ରିଲାଏନ୍ସ ଡିଜିଟାଲ ୮୦୦ରୁ ଅଧିକ ସହର ଏବଂ ୬୨୦ରୁ ଅଧିକ ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ସହ ୧୮୦୦ରୁ ଅଧିକ ମାଇଁ ଜିଓ ଷ୍ଟୋରରେ ୫୦୦୦ରୁ ଅଧିକ ବ୍ରାଣ୍ଡ୍‌ର ସାମଗ୍ରୀ ଉପଲବ୍ଧ।ଏପରିକି ଏହି କାର୍ଯ୍ୟକ୍ରମ ସର୍ବଭାରତୀୟ ସ୍ତରରେ ଆରମ୍ଭ ହୋଇଛି। ଉକ୍ତ ସେଲ୍‌ ୨୦୨୪ ଅଗଷ୍ଟ ୧୮ ପର୍ଯ୍ୟନ୍ତ କମ୍ପାନୀର ମାଇଁ ଜିଓ ଷ୍ଟୋର, ରିଲାଏନ୍ସ ଡିଜିଟାଲ ଏବଂ ସପର୍ସରେ ମଧ୍ୟ ଉପଲବ୍ଧ ରହିଛି। ଏହି ସେଲ୍‌ ଜରିଆରେ ଗ୍ରାହକ ସମସ୍ତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ୨୫% ରିହାତି ସାଙ୍ଗକୁ ସହଜ ଇଏମ୍‌ଆଇ ସୁବିଧା ମଧ୍ୟ ପାଇପାରିବେ। ଅପରପକ୍ଷରେ ୫୫ ଇଞ୍ଚିଆ ୟୁଏଚ୍‌ଡି ଟିଭିର ପ୍ରାରମ୍ଭିକ ମୂଲ୍ୟ ୨୯,୯୯୦ ଟଙ୍କା ରହିଥିଲାବେଳେ ଆଇଫୋନ, ଟିଭି, ଏସି, କୁଲର, ଲାପ୍‌ଟପ୍‌, ରେଫ୍ରିଜରେଟର, ଓ୍ବାଶଂମେଶିନ ଏବଂ ମୋବାଇଲ ଫୋନ୍‌ଗୁଡିକ ଉପରେ ଆକର୍ଷଣୀୟ ରିହାତି ମୂଲ୍ୟ ପ୍ରଦାନ କରାଯାଉଛି।

Leave a Reply

Your email address will not be published. Required fields are marked *