ଡିଭାଇଡରରେ ପିଟି ହୋଇ ମନ୍ତ୍ରୀଙ୍କ ପୁଅ-ବୋହୁ ଦୁର୍ଘଟଣା

ଲକ୍ଷ୍ନୌ: ୟୁପିର କ୍ୟାବିନେଟ୍‌ ମନ୍ତ୍ରୀ ନନ୍ଦ ଗୋପାଳ ନନ୍ଦିଙ୍କ ପୁଅ-ବୋହୁ ଯାଉଥିବା କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ କାରର ସାମ୍ନାପଟ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ଏଥିରେ ମନ୍ତ୍ରୀଙ୍କ ପୁଅ-ବୋହୁ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନେ ଏକ ମର୍ସିଡିଜ୍‌ କାରରେ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେରେ ଯାଉଥିଲେ । ଏହି ସମୟରେ ତାଙ୍କ କାର ଡିଭାଇଡରରେ ପିଟି ହୋଇଯାଇଥିଲା । ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣା ସମୟରେ ମନ୍ତ୍ରୀଙ୍କ ପୁଅ କାର ଚଳାଉଥିଲେ। କୌଣସି କାରଣ ବଶତଃ ତାଙ୍କ କାର ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ନିୟନ୍ତ୍ରଣ ବାହାରକୁ ଯିବା ପରେ କାରଟି ଡିଭାଇଡର୍‌ ସହିତ ଧକ୍କା ହୋଇଥିଲା। ଡିଭାଇଡରକୁ ଧକ୍କା ଦେବା ପରେ ମର୍ସିଡିଜ କାରର ଆଗ ଭାଗ ଚୁର୍‌ମାର ହୋଇଯାଇଛି। ଏକ୍ସପ୍ରେସୱେର ତିରୱା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି।

Leave a Reply

Your email address will not be published. Required fields are marked *