ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ ପୁରସ୍କାର

ନୂଆଦିଲ୍ଲୀ : ୭୦ ତମ ଜାତୀୟ ଚଳଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ୨୦୨୨ରେ ରିଲିଜ ହୋଇଥିବା ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ ପୁରସ୍କାର ମିଳିଛି। ଜାତୀୟ ପୁରସ୍କାର ମିଳିବା ପରେ ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବାବୁସାନ ମହାନ୍ତି କହିଛନ୍ତି, ଏହି ସିନେମାର ଓଡ଼ିଶାରେ ଚିରାଚରିତ କାହାଣୀର ଧାରାକୁ ବଦଳାଇ ଦେଇଛି। ଦିନେ ଏହି ସିନେମାକୁ ରିଲିଜ କରିବା ପାଇଁ ହଲ ମିଳୁ ନ ଥିଲା। ଏହି ସିନେମା ପାଇଁ ଅନେକ କଷ୍ଟ କରିବାକୁ ପଡିଛି । ତେବେ ବହୁ ବାଧାବିଘ୍ନକୁ ଏଡାଇ ଏହି ସିନେମା ହିନ୍ଦୀରେ ଜାତୀୟ ସ୍ତରରେ ମଧ୍ୟ ରିଲିଜ ହୋଇଥିଲା। ଚଳଚ୍ଚିତ୍ର ଦମନ ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଉପରେ ପର୍ଯ୍ୟବେଷିତ।

Leave a Reply

Your email address will not be published. Required fields are marked *