ନବୀନଙ୍କୁ ଭେଟିଲେ ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାର ସଂଖ୍ୟାଲଘୁ ସଂପ୍ରଦାୟ

ଭୁବନେଶ୍ବର : ନବୀନ ନିବାସରେ ପୂରୀ, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଜିଲ୍ଲାର ମୁସଲମାନ ବନ୍ଧୁମାନେ ବିଜୁ ଜନତା ଦଳ ସଭାପତି ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଥିଲେ । ବିଜୁ ଜନତା ଦଳ ସରକାର ସମୟରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଉନ୍ନତି ଓ କଲ୍ୟାଣ ପାଇଁ ନିଆଯାଇଥ‍ିବା ବିଭିନ୍ନ ପଦକ୍ଷ୍ୟପ ପାଇଁ ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସେମାନେ ଧନ୍ୟବାଦ ଜଣାଇଥିଲେ । ଆଲୋଚନା ସମୟରେ ସେମାନେ କେନ୍ଦ୍ର ସରକାରଙ୍କ Waqf Board ସଂଶୋଧନ ବିଲ ସଂମ୍ପର୍କରେ ଶ୍ରୀ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଶଣ କରିଥିଲେ । Waqf Board ରେ ମୁସଲମାନ ସଂପ୍ରଦାୟର ସ୍ୱାର୍ଥ ସୂରକ୍ଷା ପାଇଁ ବିଜୁ ଜନତା ଦଳ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ଏବଂ ବିଜୁ ଜନତା ଦଳକୁ ମଜଭୁତ କରିବା ପାଇଁ ସମସ୍ତେ ଏକାଠି କାମ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଏହି ଆଲୋଚନା ସମୟରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବେଗୁନିଆ ବିଧାୟକ ପ୍ରଦୀପ ସାହୁ, ପିପିଲିର ପୌରପରିଷଦ ଅଧ୍ୟକ୍ଷ ଓ ଭୁବନେଶ୍ୱର ମହାନଗର ନିଗମର ପୂର୍ବତନ କର୍ପୋରେଟର ସେକ ନିଜାମୁଦ୍ଦିନ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *