ପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁକ୍ରେନ ପ୍ରଥମ ଗସ୍ତ

କିଭ୍‌: ପ୍ରଧାନମନ୍ତ୍ରୀଙ୍କ ୟୁକ୍ରେନ ପ୍ରଥମ ଗସ୍ତ । ମୋଦି ଶୁକ୍ରବାର ୟୁକ୍ରେନରେ ପହଞ୍ଚିଛନ୍ତି ୟୁକ୍ରେନରେ ପ୍ରଧାନମନ୍ତ୍ରୀ ପ୍ରାୟ ସାତ ଘଣ୍ଟା ରହିବେ। ସେଠାରୁ ସ୍ଥାନୀୟ ସମୟ ଅପରାହ୍ନ ୪.୪୦ରେ (ଭାରତୀୟ ସମୟ ସା ୭.୧୦)ରୁ ଫେରିବେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରେନ ଯୋଗେ ପୋଲାଣ୍ଡରେ ପହଞ୍ଚିବେ, ଯେଉଁଠାରେ ତାଙ୍କର ରିଟର୍ନ ଫ୍ଲାଇଟ ଅଛି। କିଭ୍‌ରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟକୁ ଭେଟିଛନ୍ତି। ଏହି ସମୟରେ ଭାରତ ମାତା କି ଜୟ ନାରା ଦିଆଯାଇଥିଲା। ସେ ଖୁବଶୀଘ୍ର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଜେଲେନସ୍କିଙ୍କ ସହ ବ୍ୟକ୍ତିଗତ ଏବଂ ପ୍ରତିନିଧୀ ସ୍ତରୀୟ ଆଲୋଚନା କରିବେ, ଯାହା ରୁଷିଆ-ୟୁକ୍ରେନ ବିବାଦର ସମାଧାନ ଉପରେ ଆଲୋଚନା ହୋଇପାରେ ମଧ୍ୟ କୁହାଯାଉଛି।

Leave a Reply

Your email address will not be published. Required fields are marked *